Latest Odisha News

ଦ୍ରୁତ ଗତିରେ ବଢୁଛି ଭୋଟରଙ୍କ ସଂଖ୍ୟା, କେବଳ ମହିଳା ମତଦାତା ୪୮ କୋଟି

ନୂଆଦିଲ୍ଲୀ: ଭାରତରେ ଭୋଟରଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି। ଏବେ ଏହି ସଂଖ୍ୟା ୯୯.୧ କୋଟିରେ ପହଞ୍ଚିଛି। ଏହି ସଂଖ୍ୟା ଗତବର୍ଷ ଲୋକସଭା ନିର୍ବାଚନ ସମୟରେ ୯୬.୮୮ କୋଟି ଥିଲା। ରାଷ୍ଟ୍ରୀୟ ମତଦାତା ଦିବସ ପୂର୍ବରୁ ଜାରି ଏକ ରିପୋର୍ଟ ଅନୁସାରେ, ଦେଶରେ ୧୮-୨୯ ବର୍ଷର ଯୁବ ମତଦାତାଙ୍କ ସଂଖ୍ୟା ୨୧.୭ କୋଟି ।

ରାଷ୍ଟ୍ରୀୟ ମତଦାତା ଦିବସ ଓ ନିର୍ବାଚନ ଆୟୋଗର ପ୍ରତିଷ୍ଠା ଦିବସ ପ୍ରତିବର୍ଷ ୨୫ ଜାନୁଆରୀରେ ପାଳନ କରାଯାଏ। ୧୯୫୦ ମସିହାରେ ନିର୍ବାଚନ ଆୟୋଗର ପ୍ରତିଷ୍ଠା ହୋଇଥିଲା। ଦିଲ୍ଲୀ ବିଧାନସଭା ନିର୍ବାଚନ କାର୍ଯ୍ୟକ୍ରମ ଘୋଷଣା ପାଇଁ ୭ ଜାନୁଆରୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର କହିଛନ୍ତି, ମତଦାତା କ୍ଷେତ୍ରରେ ଭାରତ ଖୁବ ଶୀଘ୍ର ଏକ ରେକର୍ଡ ସୃଷ୍ଟି କରିବ। ଆମେ ୯୯ କୋଟିରୁ ଅଧିକ ମତଦାତାରେ ପହଁଚିଛୁ। ମହିଳା ଭୋଟରଙ୍କ ସଂଖ୍ୟା ୪୮ କୋଟିରେ ପହଞ୍ଚିଥିବା ସିଇସି ରାଜୀବ କୁମାର କହିଛନ୍ତି।

Comments are closed.