Latest Odisha News

BREAKING NEWS

କେମିତି ଭୋଟ୍‌ ଦେବେ କରୋନା ସଂକ୍ରମିତ ବ୍ୟକ୍ତି?

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ ସମେତ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନର ତାରିଖ ଘୋଷଣା କରିଛନ୍ତି। କରୋନା ବିସ୍ଫୋରଣ ହେତୁ କୌଣସି ରାଜ୍ୟରେ ରାଲି ଏବଂ ରୋଡ୍ ସୋ ଆୟୋଜନ କରିବାକୁ ଅନୁମତି ମିଳିବ ନାହିଁ। ଏହା ବ୍ୟତୀତ ସର୍ବସାଧାରଣ ସ୍ଥାନରେ କୌଣସି ଭିଡ ବା ସଭା ମଧ୍ୟ ଆୟୋଜିତ ହୋଇପାରିବ ନାହିଁ। ଏହି ସମୟରେ, କରୋନା ପିଜିଟିଭ ବ୍ୟକ୍ତିମାନେ କିପରି ମତଦାନରେ ଯୋଗଦେଇପାରିବେ ସେନେଇ ନିର୍ବାଚନ ଆୟୋଗ ଉପାୟ କହିଛନ୍ତି।

ବାସ୍ତବରେ, କରୋନା ସଂକ୍ରମିତ ଲୋକଙ୍କ ପାଇଁ ପୋଷ୍ଟ ବାଲାଟ୍‌ର ସୁବିଧା ଉପଲବ୍ଧ ହେବ ବୋଲି ନିର୍ବାଚନ ଆୟୋଗ କହିଛନ୍ତି। ନିର୍ବାଚନ ଆୟୋଗର ଏକ ଟିମ୍ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଘରକୁ ଯାଇ ବ୍ୟକ୍ତିଙ୍କଠୁ ଭୋଟ୍‌ ଗ୍ରହଣ କରିବେ। ସମଗ୍ର ପ୍ରକ୍ରିୟାର ଭିଡିଓଗ୍ରାଫି ମଧ୍ୟ କରାଯିବ।

ଏହି ସୁବିଧା କରୋନା ପ୍ରଭାବିତ ଲୋକଙ୍କ ସହିତ ୮୦ ବର୍ଷରୁ ଅଧିକ ବୟସ୍କ ନାଗରିକ ତଥା ବିଧାନସଭା ନିର୍ବାଚନ ସମୟରେ ଭିନ୍ନକ୍ଷମଙ୍କ ପାଇଁ ଉପଲବ୍ଧ ହେବ। ଏଥିସହ ନିର୍ବାଚନ ଆୟୋଗ କହିଛନ୍ତି ଯେ ସମସ୍ତ ମତଦାନ କେନ୍ଦ୍ରରେ ମାସ୍କ ଏବଂ ସାନିଟାଇଜର ଉପଲବ୍ଧ ହେବ।

Leave A Reply

Your email address will not be published.