Latest Odisha News

[ଭିଡ଼ିଓ]ଅଟୋ ଚାଳକଙ୍କ ମହାନତା, ପର୍ଯ୍ୟଟକଙ୍କୁ ଫେରାଇଲେ ହଜିଯାଇଥିବା ଟଙ୍କା

ପୁରୀ: ଅଟୋ ଚାଳକଙ୍କ ମହାନତା । ପର୍ଯ୍ୟଟକଙ୍କୁ ଫେରାଇଲେ ତାଙ୍କ ହଜିଯାଇଥିବା ଟଙ୍କା । ଏହିପରି ମାନବିକତାର ଚିତ୍ର ଆସିଛି ପୁରୀ ଜିଲ୍ଲାର ଦକ୍ଷିଣ ଦ୍ୱାର ପଟେ ଥିବା ଅଟୋ ଚାଳକ ସଂଘଙ୍କ ନିକଟରୁ । ଅଟୋ ଷ୍ଟାଣ୍ଡର ତନ୍ମୟ ସେଠୀ ଓ ଅନୁରାଧା ସାମନ୍ତରାୟ ଲୋଭର ବଶବର୍ତ୍ତୀ ନହୋଇ ଟଙ୍କା ଫେରାଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ।

ଅନୁରାଧା ସାମନ୍ତରାୟ ଓ ତନ୍ମୟ ସେଠୀ କାଠ ଗୋଟେଇ ଧୁଆଁ ଦେବାକୁ ଯିବା ସମୟରେ ବ୍ୟାଗଟି ପଡ଼ିଥିବା ଦେଖିବାକୁ ପାଇଥିଲେ । ବ୍ୟାଗଟି ଖୋଲିବାରୁ ସେଥିରୁ ୧୮ହଜାର ୭୯୦ଟଙ୍କା ଓ ଆଧାର କାର୍ଡ଼, ଡ଼ିଏଲ ସହ ଅନ୍ୟାନ୍ୟ ସାମଗ୍ରୀ ଥିବା ଜାଣିଥିଲେ । ପରେ ନିକଟରେ ଥିବା ଦୋକାନୀକୁ ଖବର ଦେଇ ଲୋକଙ୍କ ସହ ଯୋଗାଯୋଗ କରିବାରେ ସକ୍ଷମ ହୋଇଥିଲେ ।

ହଜିଯାଇଥିବା ବ୍ୟାଗଟି ସତ୍ୟବାଦୀର ଜଣେ ବ୍ୟକ୍ତିଙ୍କର ବୋଲି ଜଣାପଡ଼ିଥିଲା । ବଳିଆପଣ୍ଡାରୁ ଫେରି ଦକ୍ଷିଣଦ୍ୱାର ଦେଇ ଗଲାବେଳେ ସେହି ବ୍ୟକ୍ତି ଜଣକଙ୍କ ଟଙ୍କା ବ୍ୟାଗଟି ପଡ଼ିଯାଇଥିଲା । ପରେ ତାଙ୍କୁ ଟଙ୍କା ବ୍ୟାଗକୁ ଫେରାଇ ଦିଆଯାଇଥିଲା । କେବଳ ଏହି ବ୍ୟାଗ ନୁହେଁ, ଅନେକ ପର୍ଯ୍ୟଟକଙ୍କୁ ସେମାନଙ୍କ ହଜିଯାଇଥିବା ଜିନିଷ ଫେରାଇ ଅନେକ ଉଦାହରଣ ସୃଷ୍ଟି କରିଛନ୍ତି ଏହି ଅଟୋ ସଂଘ । ଅଟୋ ଚାଳକଙ୍କ ଏହିଭଳି ମହାନତାକୁ ଦେଖି ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.