Latest Odisha News

BREAKING NEWS

ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ମତଦାନ

ଭୁବନେଶ୍ୱର: ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଆରମ୍ଭ ହୋଇଛି ଭୋଟଗ୍ରହଣ । କୋଭିଡ କଟକଣା ଭିତରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ମତଦାନ ଚାଲିବ । ଦୁଇଟି ନିର୍ବାଚନ ମଣ୍ଡଳୀର ମୋଟ୍ ୧୫ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ସାଢେ ୪ଲକ୍ଷ ଭୋଟର ।
ବାଲେଶ୍ୱରରେ ୩୪୬ ଓ ତିର୍ତ୍ତୋଲରେ ୩୭୩ ବୁଥ୍
ବାଲେଶ୍ୱର ସଦର ବିଧାନସଭା ନିର୍ବାଚନମଣ୍ଡଳୀରେ ମୋଟ ୩୪୬ଟି ବୁଥ୍‌ କରାଯାଇଛି । ଭୋଟ୍‌ ଦେବେ ୨ ଲକ୍ଷ ୬୨ ହଜାର ୫୮୨ ଭୋଟର । ସେହିଭଳି ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ୨ ଲକ୍ଷ ୩୯ ହଜାର ୧୫୩ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ । ଏଥିପାଇଁ ୩୭୩ଟି ବୁଥ୍‌ କରାଯାଇଛି । ଗୋଟିଏ ବୁଥରେ ହଜାରେରୁ ଅଧିକ ଭୋଟ୍ ଦେଇ ପାରିବେ ନାହିଁ ।
କୋଭିଡ୍ ଗାଇଡଲାଇନରେ ଭୋଟିଂ
କୋଭିଡ କଟକଣା ଓ ଗାଇଡଲାଇନ ଭିତରେ ସକାଳୁ ସକାଳୁ ମତଦାନ ଆରମ୍ଭ ହୋଇଛି । ବୁଥ ଭିତରକୁ ପ୍ରବେଶ ପୂର୍ବରୁ ପ୍ରତ୍ୟେକ ଭୋଟରଙ୍କର ଥର୍ମାଲ ସ୍କ୍ରିନିଂ କରାଯାଉଛି । ଗ୍ଲୋଭସ ପିନ୍ଧି ଇଭିଏମରେ ଭୋଟ୍‌ ଦେଉଛନ୍ତି ଭୋଟର୍‌ । ସାମାଜିକ ଦୂରତା ବଜାୟ ରଖିବା ପାଇଁ ଗୋଲେଇ ଚିହ୍ନିଟ ସ୍ଥାନ ନିରୂପଣ କରାଯାଇଛି ।

ଯେଉଁ ଭୋଟରଙ୍କ ଶରୀରର ତାପମାତ୍ରା ଅଧିକ ରହିବ, ସେମାନଙ୍କୁ ଟୋକନ ଦିଆଯିବ । ସେମାନେ ଶେଷରେ ଭୋଟ ଦେବେ  । କୋଭିଡ୍ ପାଇଁ ବିଶେଷ ଭାବରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଅବାଧ, ମୁକ୍ତ ନିର୍ବାଚନ ସହ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

Leave A Reply

Your email address will not be published.