Latest Odisha News

BREAKING NEWS

ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ: ମୈଦାନରେ ରାହୁଲ, ରାମାୟଣର ରାମ ଏବଂ ଡ୍ରିମ୍ ଗର୍ଲ

ନୂଆଦିଲ୍ଲୀ: ଚଳିତ ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଆରମ୍ଭ ହୋଇଛି ମତଦାନ । ସକାଳ ୭ଟାରୁ ଆରମ୍ଭ ହୋଇଥିବା ଏହି ମତଦାନ ପୂର୍ବ ନିର୍ଦ୍ଦାରିତ ନିୟମ ଅନୁଯାୟୀ ସଂଧ୍ୟା ୬ଟା ଯାଏ ଚାଲିବ। ଏହି ପର୍ଯ୍ୟାୟରେ ୮୮ଟି ନିର୍ବାଚନ ମଣ୍ଡଳୀରେ ମୋଟ ୧୨୦୨ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଜୁନ୍ ୪ ରେ ସମସ୍ତ ୫୪୩ ଆସନ ପାଇଁ ଚୂଡ଼ାନ୍ତ ତାଲିକା ଘୋଷଣା କରାଯିବ।

କଂଗ୍ରେସର ରାହୁଲ ଗାନ୍ଧୀ କେରଳ ଓ୍ବାଏନଡାରୁ , ଥିରୁଅନନ୍ତପୁରମରୁ ଶଶି ଥରୁର, ଉତ୍ତର ପ୍ରଦେଶର ମିରଟରୁ ଅରୁଣ ଗୋଭିଲ (ରାମାୟଣର ରାମ) ଏବଂ ମଥୁରାରୁ ହେମା ମାଳିନୀଙ୍କ ଭଳି ତେଜସ୍ୱୀ ସୂର୍ଯ୍ୟ, ଓମ ବିର୍ଲା, କେସି ବେଣୁଗୋପାଳ, ଭୂପେଶ ବାଘେଲ ଏବଂ ବୈଭବ ଗେହଲଟ ପ୍ରମୁଖ ଏହି ପର୍ଯ୍ୟାୟରେ ରହିଛନ୍ତି। ଯେଉଁମାନଙ୍କ ଭାଗ୍ୟ ଆଜି ଇଭିଏମରେ ସିଲ୍ ହେବ।

ଚଳିତ ପର୍ଯ୍ୟାୟରେ କେରଳରେ ଗୁରୁତ୍ୱପୂର୍ଣ୍ଣ ମୁକାବିଲା ହେବାକୁ ଯାଉଛି, ଯେଉଁଠାରେ ଉଭୟ ବିଜେପି ଏବଂ କଂଗ୍ରେସ ଆଧିପତ୍ୟ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। କେରଳର ୨୦ଟି, କର୍ଣ୍ଣାଟକର ୧୪ଟି, ରାଜସ୍ଥାନର ୧୩ଟି ଏବଂ ଅନ୍ୟାନ୍ୟ ରାଜ୍ୟର ମୋଟ ୮୮ଟି ଆସନରେ ଏହି ନିର୍ବାଚନ ହେବ। ମଧ୍ୟପ୍ରଦେଶର ବେତୁଲରେ ଏବେ ତୃତୀୟ ପର୍ଯ୍ୟାୟ ମତଦାନ ମେ’ ୭ ତାରିଖରେ ହେବ।

କହିରଖୁଛୁ, ୮୯ଟି ଆସନରୁ ଗୋଟିଏ ଆସନରେ ବିଏସପି ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଯାଇଥିବାରୁ ସଂପୃକ୍ତ ଆସନରେ ନିର୍ବାଚନ ସ୍ଥଗିତ ରହିଛି। ଅର୍ଥାତ ୮୮ଟି ଆସନରେ ମତଦାନ ହେଉଛି। ୨୦୧୯ ନିର୍ବାଚନରେ ୮୯ଟି ଲୋକସଭା ଆସନରୁ ବିଜେପି ଏକାକୀ ୫୫ଟି ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ୧୮ଟି ଆସନରେ ବିଜୟୀ ହୋଇଥିଲା। ବିଜେପି ଦକ୍ଷିଣ ଓ ପୂର୍ବରେ ନିଜର ଉପସ୍ଥିତିକୁ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ୩୭୦ ଟି ଆସନ ହାସଲ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ କଂଗ୍ରେସ ୨୦୧୯ ଫଳାଫଳକୁ ପଛରେ ପକାଇଦେବ ବୋଲି ଦୃଢ଼ ବିଶ୍ୱାସ ରଖିଛି।

ପ୍ରଥମ ପର୍ଯ୍ଯାୟ ନିର୍ବାଚନରେ ୬୪ ପ୍ରତିଶତ ମତଦାନ ହୋଇଥିବା ବେଳେ ଚଳିତ ପର୍ଯ୍ୟାୟରେ ଭୋଟ୍ ପ୍ରତିଶତ ଅଧିକ ରହିବ ବୋଲି କୁହାଯାଉଛି। କିନ୍ତୁ ମତଦାନ ପଡୁଥିବା ବିଭିନ୍ନ ରାଜ୍ୟରେ ହିଟ୍ ଓ୍ବେଭ୍ ଜାରି ରହିଛି। ଆସନ୍ତା ୭ ତାରିଖରେ ପରବର୍ତ୍ତୀ ପର୍ଯ୍ୟାୟ ଓ ଜୁନ୍ ୪ତାରିଖରେ ଚୂଡ଼ାନ୍ତ ପର୍ଯ୍ୟାୟ ମତଦାନ ହେବାକୁ ଥିବା ବେଳେ ଦୁଇ ପ୍ରମୁଖ ଦଳ ମଧ୍ୟରେ ତୀବ୍ର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି।

Leave A Reply

Your email address will not be published.