Latest Odisha News

BREAKING NEWS

ତେଲେଙ୍ଗାନାରେ ମତଦାନ : ୨୨୯୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୩ କୋଟିରୁ ଉର୍ଦ୍ଧ୍ବ ଭୋଟର

ନୂଆଦିଲ୍ଲୀ : ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ । ସମସ୍ତ ୧୧୯ଟି ଆସନରେ ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଛି ।  ୨୨୯୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୩କୋଟି ୨୬ ଲକ୍ଷ ଭୋଟର  । ତେବେ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ବିଆରଏସର ମୁଖ୍ୟ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ତାଙ୍କ ପୁଅ କେଟିଆର ଅଛନ୍ତି ।

ସେହିପରି ବିଜେପିର ଲୋକସଭା ସାଂସଦ ବାନ୍ଦି ସଞ୍ଜର କୁମାର, ଡି ଅରବିନ୍ଦ ସୋୟମ ବାପୁରାଓ ଏବଂ କଂଗ୍ରେସର ଏ. ରେବନ୍ତ ରେଡି, ଉତର କୁମାର ରେଡି, ଏଆଇଏମଆଇଏମ ନେତା ଅସଦୁଦ୍ଦିନ ୱୱେସୀଙ୍କ ପରି ହେବିୱେଟ୍ ନେତା ଅଛନ୍ତି । ବିଆରଏସ୍ , କଂଗ୍ରେସ ଓ ବିଜେପି ମଧ୍ୟରେ ତ୍ରିମୁଖୀ ଲଢେଇ ଦେଖିବାକୁ ମିଳିବ। ଚଳିତଥର ୧୦୩ଜଣ ବିଧାୟକ ପୁଣି ଥରେ ନିର୍ବାଚନୀ ମୈଦାନରେ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି  । ନିର୍ବାଚନକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସମ୍ବେଦନଶିଳ ବୁଥ୍ ଗୁଡ଼ିକରେ ୧୪୪ ଧାରା ଜାରି କରାଯାଇଛି। ଆସନ୍ତା ୩ ତାରିଖରେ ଫଳାଫଳ ଘୋଷଣା ହେବ  ।

Leave A Reply

Your email address will not be published.