Latest Odisha News

କବିତା : ଭୋକ

ସ୍ମୃତି ରଞ୍ଜନ ତ୍ରିପାଠୀ

ଭୋକ ଗୋଟେ ଉଜ୍ଵଳ ଆଲୋକ
ସ୍ପଷ୍ଟ ଦିବାଲୋକରେ କ୍ଷଣିକ ଆୟୁଷ

ଭୋକ ଗୋଟେ ଉଜ୍ଵଳ ଆଲୋକ
ସ୍ପଷ୍ଟ ଦିବାଲୋକରେ କ୍ଷଣିକ ଆୟୁଷ
ଲୋଡୁଥିବା ଅସହାୟ ପୃଥିବୀ

ଭୋକ
ଗୋଟେ ଅନ୍ଧାରୀ ଅଭାବୀ ଅଡ଼ୁଆ ସୂତାର
କ୍ଷଣେ କ୍ଷଣେ ଧିକାର କରୁଥିବା
ଉତ୍କଟ ଅଥଚ ବାଧ୍ୟ ଷଡଯନ୍ତ୍ର।

ଭୋକ
ତୁମେ ମୁଁ କୁ ଛୁଇଁ ପାରୁନଥିବା
ସତ ସତ ବୁଢ଼ୀ ମା ଅସୁରୁଣୀ ଗପରେ
ରାତି କାଟୁଥିବା କୋଳ
ନକ୍ଷତ୍ର ଗହଣରେ ବୁଡ଼ିଲା ବେଳେ
ଭୁଲିଯାଏ ସୂର୍ଯ୍ୟ।

ଭୋକିଲା ନଇ ନାଁ ରେ ଆଜି
ସବୁ ଖରସ୍ରୋତା ଗର୍ଭବତୀ
ମୁଁ ନୁହେଁ, ନଈ ପଠାରେ ଦିନ ଗୁଡାଏ
ଟୁପୁରୁ ଟାପୁରୁ ହେଉଥିଲେ ଯାହା।

ଭୋକିଲା ମୁହଁର
ଚପଳ ନୀରିହ ପଣକୁ ସହିନପାରି
ମାଗିନେଲା ମହାନଦୀ
ତା ଭାଗର ବାପାପଣ।
କିଛି କ୍ଷଣ ପାଇଁ ଲମ୍ବେଇଗଲା ଶୂନ୍ୟସ୍ଥାନ
ଆଉଗୋଟେ ଦୀର୍ଘଶ୍ଵାସକୁ
ପବନର ହୁଙ୍କାରଠୁ
ଫୁତ୍କାର କଲାବେଳେ, ଯୋଗୀଟିଏ କହିଗଲା,
ବିନା କ୍ଷତରେ ଆଗଭଳି ଦୁଲୁଦୁଲୁ ହେଇ
ସରି ସରି ଆସୁଥିବା ସଳିତାକୁ
ମୋକ୍ଷରେ ପହଂଚିବା ଦାୟିତ୍ୱ
ତୁମର ଆଉ ତା’ର।

ଏବେ ଦିନାନ୍ତ କେବଳ
ଈଶ୍ୱର ଆଉ ନିଃଶ୍ୱାସର
ଚିରାଚରିତ ଭୋକର।
ଭୋକ ଏବେ ଅନ୍ୱେଷଣରେ
ଢଳି ପଡିଥିବା
ଅଙ୍କାବଙ୍କା ଅଥଚ ସ୍ୱାଭିମାନୀ ଗାର
କ୍ଷୁଧାର୍ତ୍ତ ମାନଚିତ୍ରର।

Leave A Reply

Your email address will not be published.