Latest Odisha News

ଭୋଟ୍ ଦେଉଛି ଓଡ଼ିଶା: ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ଚାଲିଛି ମତଦାନ

ଭୁବନେଶ୍ୱର: ପଞ୍ଚାୟତ  ନିର୍ବାଚନ ପାଇଁ ଆଜି ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଛି । ସକାଳ ୭ଟାରୁ ଆରମ୍ଭ ହୋଇଠି ଭୋଟ୍ ଗ୍ରହଣ । ଦିନ ଗୋଟାଏ ଯାଏ ଚାଲିବ । ୨୯ ଜିଲ୍ଲାର ୬୩ ବ୍ଲକରେ ୧୭୧ ଜିଲ୍ଲା ପରିଷଦ ଓ ୧୩୮୨ ପଞ୍ଚାୟତରେ ମତଦାନ ଚାଲିଛି । ୧୮ହଜାର ୪୯୫ ବୁଥରେ ଭୋଟ୍ ଦେବେ ୫୬ ଲକ୍ଷ ୫୩ ହଜାର ଭୋଟର । ଏଥିରୁ ୨ ହଜାର ୭୭୩ ସମ୍ବେଦନଶୀଳ ବୁଥ ଚିହ୍ନଟ ହୋଇଛି ।

ସକାଳୁ ସକାଳୁ ବିଭିନ୍ନ ବୁଥ ଆଗରେ ଲୋକଙ୍କର ଲମ୍ବା ଲାଇନ୍ ଦେଖିବାକୁ ମିଳିଛି । ବିଶେଷ କରି ଯୁବ ଓ ମହିଳା ଭୋଟରଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳୁଛି । ମତଦାନ ସମୟରେ ଯେପରି କୌଣସି ପ୍ରକାରର ହିଂସା ନହୁଏ ସେଥିପାଇଁ  ୨୪୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ସ୍ୱତନ୍ତ୍ର ଭାବରେ ନଜର ରଖିଛନ୍ତି ୧୬ଶହ ୨୫ଟି ମୋବାଇଲ ପାଟ୍ରୋଲିଂ ପାର୍ଟି । ମାଓ ଅଞ୍ଚଳରେ ଶୃଙ୍ଖଳିତ ଓ ସୁରକ୍ଷିତ ମତଦାନ ଉପରେ ଗୁରୁତ୍ୱାରୋପ କରାଯାଇଛି ।

ବର୍ତ୍ତମାନ ସୁଦ୍ଧା ଦୁଇଟି ପର୍ଯ୍ୟାୟରେ ମତଦାନ ଶେଷ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୭୭.୨% ଓ ଦ୍ୱିତୀୟ ପର୍ଯ୍ୟାୟରେ ରେକର୍ଡ ୭୮ ଦଶମିକ ୩ ପ୍ରତିଶତ ମତଦାନ ହୋଇଛି । ୨୨ ତାରିଖରେ ଚତୁର୍ଥ ଓ ୨୪ ତାରିଖରେ ପଞ୍ଚମ ପର୍ଯ୍ୟାୟ ଭୋଟ୍ ନିଆଯିବ । ଏହାପରେ ୨୬ ତାରିଖରୁ ୨୮ ଯାଏ ତିନି ଦିନ ଚାଲିବ ଗଣତି ।

Comments are closed.