Latest Odisha News

BREAKING NEWS

ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ମତଦାନ ଜାରି

ଅମୃତସର: ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଚାଲିଛି ମତଦାନ । ଆଜି ଗୋଟିଏ ପର୍ୟ୍ୟାୟରେ ୧୧୭ ଆସନ ପାଇଁ ଭୋଟ୍ ନିଆଯାଉଛି । ମୈଦାନେ ଅଚନ୍ତି ୧ହଜାର ୩୦୪ ପ୍ରାର୍ଥୀ । ଏମାନଙ୍କ ଭିତରେ ୯୩ ଜଣ ମହିଳା । ପଞ୍ଜାବର ମୋଟ୍ ୨ କୋଟି ୧୪ ଲକ୍ଷରୁ ଅଧିକ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ ।

ପଞ୍ଜାବରେ ବହୁମୁଖୀ ଲଢ଼େଇ ହେଉଛି । ବିଶେଷ କରି କଂଗ୍ରେସ, ବିଜେପି, ଆମ୍ ଆଦମୀ ପାର୍ଟି ଓ ଅକାଳୀ ଦଳ ଭିତରେ ପ୍ରତିଦ୍ୱନ୍ଦିତା ହେଉଛି । କଂଗ୍ରେସରୁ ନବଜୋତ ସିଂ ସିଦ୍ଧୁ, ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି, ଆପର ଭଗଓ୍ଵନ୍ତ ମାନ, ଅକାଳୀ ଦଳ ମୁଖ୍ୟ ସୁଖବୀର ସିଂ ବାଦଲ, ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂ ପ୍ରମୁଖ ସେମାନଙ୍କର ଭାଗ୍ୟ ପରୀକ୍ଷା କରାଉଛନ୍ତି । ୨୦୧୭ରେ ପଞ୍ଜାବରେ ୭୭ ଆସନରେ ବିଜୟୀ ହୋଇ ସରକାର ଗଢ଼ିଥିଲା କଂଗ୍ରେସ ।

Comments are closed, but trackbacks and pingbacks are open.