Latest Odisha News

BREAKING NEWS

ସଂସଦରେ ନାଗରିକତା ସଂଶୋଧନ ବିଲ ଉପରେ ଭୋଟିଂ; ସମର୍ଥନରେ ୨୯୩ ଭୋଟ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସୋମବାର ଦିନ ସଂସଦରେ ନାଗରିକତା ସଂଶୋଧନ ବିଲ ଆଗତ କରିଛନ୍ତି ।
ଏହି ବିଲ୍ ସପକ୍ଷରେ ୨୯୩ଟି ଭୋଟ ମିଳିଥିବା ବେଳେ ବିରୋଧରେ ୮୨ଟି ଭୋଟ ମିଳିଛି। ଫଳରେ ନାଗରିକତା (ସଂଶୋଧନ) ବିଲ୍ ପ୍ରଥମ ପାହାଚ ଅତିକ୍ରମ କରିଥିବା କୁହାଯାଇଛି ।

ଏହି ବିଲ୍ ଦେଶର ସଂଖ୍ୟାଲଘୁ ସଂପ୍ରଦାୟଙ୍କ ସ୍ବାର୍ଥ ବିରୋଧି ବୋଲି କଂଗ୍ରେସ କରିଥିବା ଅଭିଯୋଗକୁ ଲୋକସଭାରେ ଖଣ୍ଡନ କରି ଅମିତ ଶାହା କହିଛନ୍ତି ଯେ, ଏହି ବିଲ୍ ୦.୦୦୧ପ୍ରତିଶତ ବି ଦେଶର ସଂଖ୍ୟାଲଘୁଙ୍କ ବିରୋଧୀ ନୁହେଁ।

ମିଳିଥିବା ସୂଚନା ଅନୁସାରେ, ବିଜେଡି ବିଲକୁ ଆଗତ କରିବା ସମର୍ଥନରେ ଭୋଟ ଦେଇଛି । ସେହିପରି ଶିବସେନା ମଧ୍ୟ ବିଲକୁ ଆଗତ କରିବା ସପକ୍ଷରେ ଭୋଟ ଦେଇଛି।

ଏବେ ଶାସକ ଏବଂ ବିରୋଧୀ ଦଳ ବିଲ ଉପରେ ଚର୍ଚ୍ଚା କରିବେ । ଚର୍ଚ୍ଚା ପରେ ବିଲକୁ ପାସ କରିବା ପାଇଁ ଭୋଟ କରାଯିବ । ଯଦି ବିଲ ଲୋକସଭାରେ ପାରିତ ହୁଏ ତେବେ ଏହାକୁ ରାଜ୍ୟସଭାରେ ଆଗତ କରାଯିବ ।

ଯଦି ସ୍ବାଧିନତା ପରେ କଂଗ୍ରେସ ଧର୍ମଭିତ୍ତିକ ବିଭାଜନ କରି ନଥାନ୍ତା, ତେବେ ଏହି ବିଲର କୌଣସି ଆବଶ୍ୟକତା ନଥିଲା ବୋଲି ଶାହା କହିଛନ୍ତି ।

ସୂଚନାଯୋଗ୍ୟ, ଏହି ବିଲ ଆସିବା ପରେ ପଡୋଶୀ ଦେଶରୁ ଆସିଥିବା ହିନ୍ଦୁ, ଶିଖ, ବୌଦ୍ଧ, ପାର୍ସି ଶରଣାର୍ଥୀଙ୍କୁ ଭାରତର ନାଗରିକତା ମିଳିପାରିବ । ମାତ୍ର ଆସାମ ଓ ଉତ୍ତର-ପୂର୍ବରେ ବିଲକୁ ବିରୋଧ କରାଯାଉଛି।

Leave A Reply

Your email address will not be published.