Latest Odisha News

BREAKING NEWS

ଭୁବନେଶ୍ୱରରେ ପହଞ୍ଚିଲେ ଆଇପିଏସ ଅଭୟ; ଆଜି ଡ଼ିଜିପି ଭାବେ ନେବେ ଦାୟିତ୍ୱ

ଭୁବନେଶ୍ୱର: ବରିଷ୍ଠ ଆଇପିଏସ ଅଧିକାରୀ ଅଭୟ ଆଜି ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ଜାଉଛନ୍ତି । ସୋମବାର ଦିନ ଅଭୟ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ସେ ହାଇଦ୍ରାବାଦସ୍ଥିତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଜାତୀୟ ପୋଲିସ ଏକାଡ଼େମୀ (ଏନଏପି)ର ନିର୍ଦ୍ଦେଶକ ପଦବୀରୁ ଅବ୍ୟାହତି ନେବା ପରେ ଆଜି ଓଡ଼ିଶାରେ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଗ୍ରହଣ କରିବେ ।

ଏହି ପଦବୀରେ ପୂର୍ବରୁ ଭାରପ୍ରାପ୍ତ ଡ଼ିଜିପି ଭାବେ ଥିବା ଦାୟିତ୍ୱ ନିର୍ବାହ କରୁଥିବା ସତ୍ୟଜିତ ମହାନ୍ତି ଏହି ଦାୟିତ୍ୱ ଅଭୟଙ୍କୁ ଅର୍ପଣ କରିବାର କାର୍ଯ୍ୟକ୍ରମ ରହିଛି ।

ଡିସେମ୍ବର ୬ରେ କ୍ୟାବିନେଟ କମିଟିର ନିଯୁକ୍ତି କମିଟିର ସୁପାରିଶ କ୍ରମେ ଗୃହ କମିଟି ଏହି ପ୍ରସ୍ତାବଟିକୁ ମଞ୍ଜୁର କରିଥିଲେ ।

 

Leave A Reply

Your email address will not be published.