Latest Odisha News

BREAKING NEWS

୩ ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଗୋଟିଏ ଉପାଧ୍ୟକ୍ଷ ପଦ ପାଇଁ ଆଜି ନିର୍ବାଚନ

ଭୁବନେଶ୍ୱର: ଆଜି ୩ ପଞ୍ଚାୟତ ସମିତି ଅଧ୍ୟକ୍ଷ ଏବଂ ଗୋଟିଏ ପଞ୍ଚାୟତ ସମିତି ଉପାଧ୍ୟକ୍ଷଙ୍କ ପାଇଁ ହେବ ଭୋଟିଂ। ଖଲ୍ଲିକୋଟ, ରାଇଘର ଓ ଭାପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ପାଇଁ ଆଜି ନିର୍ବାଚନ ହେବ । ସେହିପରି ହରଭଙ୍ଗା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପଦବୀ ପାଇଁ ଭୋଟ ପଡ଼ିବ।

ସାଧାରଣ ନିର୍ବାଚନ ପରେ ଏବେ ପୁଣି ଉଷ୍ମ ହୋଇଛି ଗାଁ ରାଜନୀତି। ବିଜେଡି-ବିଜେପି ମଧ୍ୟରେ ଏହି ପଞ୍ଚାୟତ ସମିତି ଦଖଲ କରିବାକୁ ଆରମ୍ଭ ହୋଇଛି ଛକାପଞ୍ଝା। ସେହିଭଳି ୩ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲେ ମଧ୍ୟ ବିଭିନ୍ନ କାରଣ ପାଇଁ କୋର୍ଟରେ ମାମଲା ପହଞ୍ଚିଥିଲା।

ଯାହାର ଶୁଣାଣି କରି କୁକୁଡାଖଣ୍ଡି, ନର୍ଲା, କବିସୂର୍ୟ୍ୟନଗର ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ଉପରେ ରହିତାଦେଶ ଜାରି କରିଛନ୍ତି ହାଇକୋର୍ଟ। ତେବେ ଆଜି ୩ ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଗୋଟିଏ ଉପାଧ୍ୟକ୍ଷ ପଦ ପାଇଁ ଭୋଟ ପଡ଼ିବ। ତେଣୁ ପଞ୍ଚାୟତ ସମିତି ଦଖଲ ପାଇଁ ୩ ଦଳ କସରତ ଚଳାଇଛନ୍ତି।

 

Comments are closed.