Latest Odisha News

BREAKING NEWS

ଲକ୍‌-ଡାଉନରେ ବିବାହ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ !

କର୍ଣ୍ଣ।ଟକ: କଥାରେ ଅଛି ରଜାପୁଅକୁ ସଜା ନାହିଁ । ବୋଧ ହୁଏ ସେଥିପାଇଁ ସାରା ଦେଶ ଲକ୍‌-ଡାଉନ୍ ଥିଲେ ବି କର୍ଣ୍ଣ।ଟକର ହେଭିିୱେଟ୍ ପଲିଟିକାଲ ପରିବାର ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି ଦେବଗୌଡାଙ୍କ ପରିବାର ବିବାହର ଆୟୋଜନ କରିପାରିଥିଲା ।

ଶୁକ୍ରବାର ପୂର୍ବତନ କର୍ଣ୍ଣ।ଟକ ମୁଖ୍ୟମନ୍ତ୍ରୀ ଏଚ୍‌.ଡି କୁମାରସ୍ୱାମୀଙ୍କ ପୁଅ ନିଖିଲ କୁମରସ୍ୱାମୀ ପୂର୍ବତନ କଂଗ୍ରେସ ମନ୍ତ୍ରୀ କ୍ରିଷ୍ଣାପ୍ପାଙ୍କ ଭାଣିଜୀ ରେବତୀଙ୍କୁ ବେଙ୍ଗାଲୁରୁରେ ବିବାହ କରିଥିଲେ । ଏହି ବିବାହରେ ମିଡିଆକୁ ବାରଣ କରିଯାଇଥିଲାବଳେ ପ୍ରାୟ ୪୦ଟି ଗାଡିରେ ୬୦ରୁ ଅଧିକ ଲୋକ ସାମିଲ ହୋଇଥିଲେ ।

ତେବେ ଏଠି ପ୍ରଶ୍ନ ଉଠୁଛି ଯେଉଁଠି ସାଧାରଣ ଲୋକଙ୍କୁ କୌଣସି ପ୍ରକାର ଉତ୍ସବ ଆୟୋଜନ ନେଇ ବାରଣ କରାଯାଇଛି, ସେଠି କଣ ରାଜନୈତିକ ଲୋକଙ୍କୁ ପାଇଁ କିଛି ସ୍ୱତନ୍ତ୍ର ଆଇନ ପ୍ରଣୟନ କରାଯାଇଛି ।

ଅନ୍ୟପଟେ କୁମରସ୍ୱାମୀ କହିଛନ୍ତି ବିବାହ ପାଇଁ ସେ ସରକାରୀ ସ୍ତରରେ ଅନୁମତି ଆଣିଥିଲେ । ସମସ୍ତ ଅତିଥିଙ୍କର ଡାକ୍ତରୀ ଯାଂଚ କରାଯିବା ସହ ଗାଡିଗୁଡିକ ସରକାରୀ ସ୍ତରରେ ପଂଜିକୃତ ବି କରାଯାଇଥିଲା । ବିବାହର ଭିଡିଓ କପି ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି ।

ଭିଡିଓ କପି ଜରିଆରେ ସରକାର ତଦାରଖ କରିବେ । ଯଦି ବିବାହରେ ସାମାଜିକ ଦୂରତ୍ୱର ଖିଲାଫି ହୋଇଥିବ ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସରକାରୀ ସ୍ତରରେ କୁହାଯାଇଛି ।

Leave A Reply

Your email address will not be published.