Latest Odisha News

BREAKING NEWS

ଟିକଟକ ନିଶା: ପ୍ରାଣ ହରାଇଲେ ୧୬ ବର୍ଷର ନାବାଳକ, ଜାଣନ୍ତୁ କିପରି

ନୟାଗଡ଼: ପୁଣିଥରେ ଘାତକ ସାବ୍ୟସ୍ତ ହୋଇଛି ଟିକଟକ। ଗୁରୁବାର ରାତିରେ ନୟାଗଡ଼ ଜିଲ୍ଲାରେ ଟିକଟକ୍ ଭିଡିଓ ରେକର୍ଡିଂ କରୁଥିବା ବେଳେ ଜଣେ ୧୬ ବର୍ଷର ନାବାଳକର ପ୍ରାଣ ଯାଇଥିବା ଜଣାପଡିଛି।

ମୃତ ନାବାଳକଙ୍କ ନାମ ପ୍ରେମାନନ୍ଦ ସାହୁ । ସେ ନୟାଗଡ଼ ଜିଲ୍ଲା ଡିଆରଡିଏ ରୋଡ ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରର ଛାତ୍ର । ପ୍ରାପ୍ତ ସୂଚନା ଅନୁଯାୟୀ, ସେ ଗତ କିଛି ଦିନ ହେବ ଲେଙ୍କୁଡିପଡା ଗ୍ରାମରେ ଥିବା ଜଣେ ସମ୍ପର୍କୀୟଙ୍କ ଘରେ ରହୁଥିଲେ।

ମୃତ ପ୍ରେମାନନ୍ଦ ସାହୁ (୧୬) ସବୁ ସମୟରେ ନିଜର ଟିକ୍ ଟକ୍ ଭିଡିଓ ପ୍ରସ୍ତୁତ କରୁଥିବା ବେଳେ ଗୁରୁବାର ରାତିରେ ଦଉଡ଼ି ଦେବାର ଟିକ୍ ଟକ୍ ଭିଡିଓ ପ୍ରସ୍ତୁତ କରିବାକୁ ଝରକା ପାଖରେ ନିଜର ମୋବାଇଲ୍ ରଖି ଏକ ଶାଢ଼ୀ ସାହାଯ୍ୟରେ ଫ୍ୟାନରେ ଝୁଲିବାକୁ ଯାଇଥିଲେ।

ଦୁର୍ଭାଗ୍ୟ ବଶତଃ ସେହି ଶାଢିଟି ତାଙ୍କ ବେକରେ ଗୁଡ଼େଇ ହୋଇଯାଇଥିଲା। ଯେଉଁଥିରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ପ୍ରେମାନନ୍ଦଙ୍କୁ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ ସମ୍ପର୍କୀୟ ଲୋକ। ଏହାପରେ ସେମାନେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ନୟାଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରେମାନନ୍ଦଙ୍କ ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ଲାଗି ପଠାଇଛି। ।

Leave A Reply

Your email address will not be published.