Latest Odisha News

ପଦ୍ମଶ୍ରୀ ସମ୍ମାନ ଲାଗି ଓଡ଼ିଶାର ‘କେନାଲ୍ ମ୍ୟାନ’ଙ୍କୁ ଭି ଭି ଏସ ଲକ୍ଷ୍ମଣଙ୍କ ଶୁଭେଚ୍ଛା

ଭୁବନେଶ୍ୱର: ଓଡ଼ିଶା କେନ୍ଦୁଝର ଜିଲ୍ଲାର ଦୈତାରୀ ନାୟକଙ୍କୁ ତାଙ୍କର ଅତୁଳନୀୟ ଅବଦାନ ଲାଗି ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିବାରୁ ଭାରତର ପୂର୍ବତନ କ୍ରିକେଟର ଭି ଭି ଏସ ଲକ୍ଷ୍ମଣ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।

କ୍ରିକେଟର ଭି ଭି ଏସ ଲକ୍ଷ୍ମଣ ଟ୍ୱିଟ୍ଟ୍ ମାଧ୍ୟମରେ ଓଡ଼ିଶାର ଦୈତାରୀ ନାୟକଙ୍କୁ ପ୍ରଶଂସା କରି ସେ କିପରି ନିଜସ୍ୱ ପରିଶ୍ରମରେ ଏକ ପାହାଡ଼ କାଟି ୩ କିଲୋମିଟର ଲମ୍ବର ଏକ କେନାଲ ସୃଷ୍ଟି କରିପାରିଛନ୍ତି ତାହା ଲେଖିଛନ୍ତି ।

‘କେନାଲ୍ ମ୍ୟାନ’ ଭାବେ ସ୍ଥାନୀୟ ଅଞ୍ଚଳରେ ବେଶ୍ ପରିଚିତ ଥିବା କେନ୍ଦୁଝର ଜିଲ୍ଲା ବଂଶପାଳ ବ୍ଲକ ଅନ୍ତର୍ଗତ ବୈତରଣୀ ଗ୍ରାମର ଦୈତାରୀ ନାୟକ ପାହାଡ଼ କାଟି କେନାଲ ଖୋଳିବା ଲାଗି ଅନେକ କଷ୍ଟ ସ୍ୱୀକାର କରିବା ସହିତ ଅଜସ୍ର ପରିଶ୍ରମ କରିଛନ୍ତି । ତାଙ୍କ ଚାଷ ଜମିକୁ ପାଣି ମଡ଼ାଇବା ଲାଗି କରତକଟା ନାଳରୁ ପ୍ରାୟ ୩ କିମି ବ୍ୟାପୀ ଏକ କେନାଲ ଖୋଳିଥିଲେ, କିନ୍ତୁ ତାଙ୍କୁ ଏଥିଲାଗି ପାହାଡ଼ କାଟି ଅନେକ କଷ୍ଟ ସ୍ୱୀକାର କରିବାକୁ ପଡ଼ିଛି ।

Leave A Reply

Your email address will not be published.