ନୂଆଦିଲ୍ଲୀ: ଇଂଲଣ୍ଡ ଗସ୍ତ ଶେଷ ହେବା ପରେ ଜିମ୍ବାୱେ ଗସ୍ତରେ ଭାରତୀୟ କ୍ରିକେଟ ଟିମ ଯିବ । ୨୩ଜୁଲାଇରୁ ଏହି ଗସ୍ତ ଆରମ୍ଭ ହେବ । ଏହି ଗସ୍ତରେ ଟିମ ଇଣ୍ଡିଆ ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳିବ । ରିପୋର୍ଟ ଅନୁସାରେ କୋଚିଂ ଷ୍ଟାଫ ମଧ୍ୟରେ କିଛି ଅଦଳ ବଦଳ ହେବ । ହେଡ କୋଚ ଗୌତମ ଗମ୍ଭୀର ଟିମ ଇଣ୍ଡିଆ ସହିତ ଜିମ୍ବାୱେ ଯିବେନି । ତାଙ୍କ ସ୍ଥାନରେ ସେଂଟର ଅଫ ଏକ୍ସିଲେନ୍ସର ମୂଖ୍ୟ ଭିଭିଏସ ଲକ୍ଷ୍ମଣ ଏହି ଦାୟିତ୍ୱ ତୁଲାଇବେ । ସେ ଜିମ୍ବାୱେ ଏବଂ ଏସିଆନ ଗେମ୍ସରେ ଟିମ ଇଣ୍ଡିଆର କୋଚ ରହିବେ ।
ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ରିପୋର୍ଟ ଅନୁସାରେ ବ୍ୟସ୍ତବହୂଳ କାର୍ଯ୍ୟସୂଚୀ ଯୋଗୁ ବିସିସିଆଇ ଏହି ନିଷ୍ପତି ନେବାକୁ ଯାଉଛି । ଏସିଆନ ଗେମ୍ସ ସମୟରେ ଭାରତୀୟ ଟିମ ୱେଷ୍ଟଇଣ୍ଡିଜ ଗସ୍ତରେ ଯିବ । ସେଥିପାଇଁ ବିସିସିଆଇ ଭିନ୍ନ ଭିନ୍ନ କୋଚିଂ ଷ୍ଟାଫ ଟିମ ପ୍ରସ୍ତୁତ କରିବାକୁ ଚାହୁଁଛି । ଲକ୍ଷ୍ମଣଙ୍କ ସହ ସୁନୀଲ ଯୋଶୀ ଓ ହ୍ରିଷିକେଶ କାନିତକର ଯୋଗ ଦେବେ । ଏ ପର୍ଯ୍ୟନ୍ତ ଅଫିସିଆଲ କୌଣସି ଘୋଷଣା କରାଯାଇ ନାହିଁ ।