Latest Odisha News

BREAKING NEWS

କରୋନା ପାଇଁ ଭାଙ୍ଗିଲା ଦୀର୍ଘ ୧୩ ବର୍ଷର ପରମ୍ପରା; ଚଳିତ ବର୍ଷ ବନ୍ଦ ହେଲା ପ୍ରସିଦ୍ଧ ବ୍ୟାସ ସରୋବର ମହୋତ୍ସବ

ଯାଜପୁର: କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଚଳିତ ଥର ଅନେକ ମେଳା ମହୋତ୍ସବକୁ ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଛି। ପବିତ୍ର ଭୈମ ଏକାଦଶୀ ଅବସରରେ ଯାଜପୁର ର ପ୍ରସିଦ୍ଧ ବ୍ୟାସ ସରୋବର ମେଳା ଆରମ୍ଭ ହେଉଥିବା ବେଳେ ଚଳିତ ବର୍ଷ ଏହାକୁ ବନ୍ଦ ରଖାଯାଇଛି। କୋରୋନା ପାଇଁ ଚଳିତ ବର୍ଷ ଏହାକୁ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ଥାନୀୟ ପ୍ରଶାସନ । କେବଳ ପରମ୍ପରା ରକ୍ଷା ପାଇଁ ମନ୍ଦିରରେ ମହର୍ଷି ବ୍ୟାସଦେବ ଓ ଭକ୍ତ ରାଘବ ଜୀଉଙ୍କ ପୂଜାର୍ଚ୍ଚନା ଚାଲିଛି ।

BjdElectrycity

ପରିସ୍ଥିତି ସାମାନ୍ୟ ଥିଲେ ଆଜି ପ୍ରକମ୍ପିତ ହେଉଥାନ୍ତା ବ୍ୟାସ ସରୋବର ପୀଠ। ହଜାର ହଜାର ବର୍ଷର କୀର୍ତ୍ତି ଓ ଇତିହାସକୁ ନିଜ ଛାତିରେ ଚାପି ଧରିଥିବା ଏହି ପୀଠର ରହିଛି ଅନେକ ମାହାତ୍ମ୍ୟ

ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଥିବା ଏହି ପୁରାଣ ପ୍ରସିଦ୍ଧ ବ୍ୟାସସରୋବର ପୀଠ ଏବେ ଲୋକଙ୍କ ଗହଳିରେ ଦୁଲୁକିଥାନ୍ତା। କେତେ ଦୋକାନ ବଜାର, କେତେ ପ୍ରକାର ଖାଦ୍ୟ ସହ ସଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିବାକୁ ଜମିଥାନ୍ତା ଲୋକଙ୍କ ଭିଡ଼। ମାତ୍ର ଏଥର ସବୁ ଖାଁ ଖାଁ । ନା ଅଛି ଦୋକାନ ବଜାର, ନା ଅଛି ଲୋକଙ୍କ ଭିଡ଼। କରୋନା କଟକଣା ଏଥର ଛଡେଇ ନେଇଛି ସବୁ ପର୍ବପର୍ବାଣିର ଚମକ।

Leave A Reply

Your email address will not be published.