Latest Odisha News

BREAKING NEWS

ଶିକାରୀଙ୍କ ଆକ୍ରମଣରେ ବନ କର୍ମଚାରୀ ଆହତ

ବାରିପଦା: ଶିକାରୀଙ୍କ ଉତ୍ପାତ । ବନ କର୍ମଚାରୀଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଛନ୍ତି । ମୟୂରଭଞ୍ଜ ଜିଲ୍ଲା ଉଦଳା ରେଞ୍ଜରେ ବନ କର୍ମଚାରୀଙ୍କୁ ପଥରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଶିକାରୀଙ୍କ ଆକ୍ରମଣରେ ୪ ବନ କର୍ମଚାରୀ ଗୁରୁତର ହୋଇଛନ୍ତି । ଜମୁଡିହା ଗାଁରେ ଚଢ଼ାଉ କରିଥିଲେ ବନ କର୍ମଚାରୀ । ସମ୍ବର ମାଂସ ଓ ୨ଟି ବନ୍ଧୁକ ଜବତ କରିଥିଲେ ।

ଗାଁରୁ ଫେରିବା ବେଳେ ସେମାନଙ୍କ ଉପରେ ସଂଘବଦ୍ଧ ହୋଇ ଆକ୍ରମଣ କରିଥିଲେ ଶିକାରୀ । ପଥରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ୨ ଜଣ ଶିକାରୀଙ୍କୁ ଧରିବାକୁ ଯାଇଥିଲା ଧରାପଡ଼ିଥିବା ୨ ଶିକାରୀଙ୍କୁ ଛଡ଼ାଇ ନେଲେ ଲୋକ । ଜବତ ହୋଇଥିବା ଗୋଟିଏ ବନ୍ଧୁକ ଓ ସମ୍ବର ମାଂସ ବି ଛଡ଼ାଇ ନେଇଛନ୍ତି । ଆହତ ବନ କର୍ମଚାରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.