ସିଡନୀ: ଅଷ୍ଟ୍ରେଲିଆର ୱିକେଟକିପର ବ୍ୟାଟ୍ସମ୍ୟାନ ମାଥ୍ୟୁ ୱାଡେ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଏଥିସହ ଦୀର୍ଘ ୧୩ ବର୍ଷ କ୍ୟାରିୟରର ଅନ୍ତ ଘଟିଛି । ସେ ତାଙ୍କ କ୍ୟାରିୟରରେ ଅଷ୍ଟ୍ରେଲିଆ ପକ୍ଷରୁ ୨୨୫ ଆନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । ଟି୨୦ ବିଶ୍ୱକପର ୩ଟି ସଂସ୍କରଣରେ ସେ ଅଷ୍ଟ୍ରେଲିଆ ପକ୍ଷରୁ ପ୍ରତିନିଧିତ୍ୱ କରିଛନ୍ତି । ୨୦୨୧ ସେ ଦଳର ଉପ ଅଧିନାୟକ ଥିବା ବେଳେ ଅଷ୍ଟ୍ରେଲିଆ ଚାମ୍ପିୟନ ହୋଇଥିଲା । ପାକିସ୍ତାନ ବିପକ୍ଷ ସେମିଫାଇନାଲ ମ୍ୟାଚରେ ସେ ୧୭ ବଲରୁ ମ୍ୟାଚ ବିଜୟୀ ୪୧ ରନର ଇନିଂସ ଖେଳିଥିଲେ । ୩୬ ଟେଷ୍ଟରେ ୱାଡେ ୨୯.୮୭ ଆଭରେଜରେ ୧୬୧୩, ୯୭ ଦିନିକିଆରେ ୧୮୬୭ ରନ ଏବଂ ୯୨ ଟି୨୦ରେ ୧୨୦୨ ରନ କରିଥିଲେ ।
ସେ ବିଭିନ୍ନ ଫ୍ରାଂଚାଇଜ ପକ୍ଷରୁ ଖେଳି ନିଜର ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିଛନ୍ତି । ଆଗକୁ ସେ କୋଚିଂ ପ୍ରତି ଧ୍ୟାନ ଦେବେ ବୋଲି ସ୍ପଷ୍ଟ କରିଛନ୍ତି । କ୍ରିକେଟଠାରୁ ଦୂରେଇ ରହିବା ମୋ ପକ୍ଷେ ସମ୍ଭବପର ନୁହେଁ । ଖେଳାଳିଭାବେ ଉପଯୁକ୍ତ ସମୟରେ ଅବସର ନେବା ପରେ ଏବେ ପରବର୍ତୀ ସ୍ୱପ୍ନ ପୂରଣ କରିବା ପାଇଁ ଉଦ୍ୟମ କରିବି ବୋଲି ସେ କହିଛନ୍ତି ।
Comments are closed.