Latest Odisha News

BREAKING NEWS

ମଝିରୁ ଅଲଗା ହୋଇଗଲା ମାଲବାହୀ ଟ୍ରେନ୍

ଭବାନୀପାଟଣା: ରେଳବାଇ ପିଛା ଛାଡ଼ୁନି ଟ୍ରେନ୍ ଦୁର୍ଘଟଣା । କଳାହାଣ୍ଡି ଜିଲ୍ଲା କେସିଙ୍ଗାରେ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ଟଳି ଯାଇଛି । କେସିଙ୍ଗା ରେଲୱେ ଷ୍ଟେସନରେ ଏକ ମାଲବାହୀ ଟ୍ରେନର ୱାଗନ ହଠାତ୍ ମଝିରୁ ଅଲଗା ହୋଇ ଯାଇଥିଲା ।

ସୂଚନା ଅନୁସାରେ, ମାଲବାହୀ ଟ୍ରେନଟିରେ ଦାମନଯୋଡ଼ିରୁ ଅନୁଗୁଳକୁ ଆଲୁମିନିୟମ୍ ଯାଉଥିବା ବେଳେ ହଠାତ୍ କେସିଙ୍ଗାରେ ଗୁଡ୍ସ ଟ୍ରେନଟି ୨ ଭାଗ ହୋଇ ଯାଇଥିଲା । ଇଞ୍ଜିନ୍ ନଥାଇ ୱାଗନ୍ ଷ୍ଟେସନ୍ ମଧ୍ୟରେ ୩୦ ମିଟର ଗଡ଼ିବା ପରେ ଏନେଇ ଜାଣି ପାରିଥିଲେ ଲୋକ ପାଇଲଟ୍ ।

ତତକ୍ଷଣାତ୍ ଟ୍ରେନକୁ ଅଟକାଇବା ସହ ରେଳ ଅଧିକାରୀଙ୍କୁ ଲୋକ ପାଇଲଟ୍ ଜଣାଇଥିଲେ । ମରାମତି ପାଇଁ ରେଲୱେରେ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାପଡ଼ିଛି ।

Comments are closed.