Latest Odisha News

‘ତାଜ୍‌’କୁ ମିଳିଲା ବିଶ୍ୱର ସବୁଠାରୁ ମୂଲ୍ୟବାନ ଓ ଶକ୍ତିଶାଳୀ ହୋଟେଲ ବ୍ରାଣ୍ଡ୍‌ର ମାନ୍ୟତା

ନୂଆଦିଲ୍ଲୀ: ଦକ୍ଷିଣ ଏସିଆର ବୃହତ୍ତମ ଇଣ୍ଡିଆନ୍ ହୋଟେଲ୍‌ସ କମ୍ପାନୀ (ଆଇଏଚ୍‌ସିଏଲ୍‌) ବିଶ୍ବର ସବୁଠାରୁ ଶକ୍ତିଶାଳୀ ହୋଟେଲ୍‌ର ତାଲିକା ପ୍ରକାଶ କରିଛି। ବ୍ରାଣ୍ଡ୍‌ ଫାଇନାନ୍ସ ଦ୍ବାରା ମୁମ୍ବାଇ ତାଜ୍‌ ହୋଟେଲ୍‌କୁ ଦୁନିଆର ସବୁଠାରୁ ଶକ୍ତିଶାଳୀ ହୋଟେଲ୍‌ର ମାନ୍ୟତା ମିଳିଛି।

ହୋଟେଲ୍‌ ୫୦, ୨୦୨୧ ‘ରେ  ସମଗ୍ର ବିଶ୍ୱରେ ସବୁଠାରୁ ମୂଲ୍ୟବାନ ଏବଂ ଶକ୍ତିଶାଳୀ ହୋଟେଲ ବ୍ରାଣ୍ଡଗୁଡ଼ିକୁ ସ୍ୱୀକୃତି ଦେଇଛି। ଗ୍ରାହକଙ୍କ ପରିଚୟ, କର୍ମଚାରୀଙ୍କ ସନ୍ତୁଷ୍ଟି ଏବଂ କର୍ପୋରେଟ୍ ପ୍ରତିଷ୍ଠା ତଥା ଏହାର ବିଶ୍ୱ ସ୍ତରୀୟ ଗ୍ରାହକ ସେବା ପାଇଁ ତାଜ ୧୦୦ ରୁ ୮୯.୩ ର ସାମଗ୍ରିକ ବ୍ରାଣ୍ଡ ଷ୍ଟ୍ରେନ୍‌ଥ ଇଣ୍ଡେକ୍ସ ଗ୍ରହଣ କରିଛି।

ଇଣ୍ଡିଆନ ହୋଟେଲ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି, “ତାଜକୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ହୋଟେଲ ବ୍ରାଣ୍ଡ ଭାବରେ ମାନ୍ୟତା ଦିଆଯିବା ହେଉଛି ଆମର ଅତିଥିମାନେ କ୍ରମାଗତ ଭାବରେ ଆମ ଉପରେ ରଖିଥିବା ଅତୁଟ ବିଶ୍ୱାସର ପ୍ରମାଣ।”

ହୋଟେଲ ୫୦, ୨୦୨୧ ରିପୋର୍ଟରେ ଏହାର R.E.S.E.T 2020 ରଣନୀତିର ସଫଳ ରୂପାୟନ ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା। ଯାହା ଏକ ପରିବର୍ତ୍ତନଶୀଳ ଢାଞ୍ଚା ପ୍ରଦାନ କରିଥିଲା। ଯାହା ତାଜ୍‌ ବ୍ରାଣ୍ଡକୁ ମହାମାରୀ ସମ୍ବନ୍ଧୀୟ ଆହ୍ବାନକୁ ସାହାଯ୍ୟ କରିଥିଲା।

ବ୍ରାଣ୍ଡ ଫାଇନାନ୍ସର ସିଇଓ ଡେଭିଡ ହେ କହିଛନ୍ତି, “ଆମେ ତାଜକୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ହୋଟେଲ ବ୍ରାଣ୍ଡ୍‌ ଭାବରେ ଘୋଷଣା କରିବାକୁ ଉତ୍ସାହିତ।

Comments are closed.