ଭୁବନେଶ୍ଵର: ଖାଇବାକୁ ଦେବାରେ ବିଳମ୍ବ ହେବାରୁ ହୋଟେଲ ଓ୍ବେଟରଙ୍କୁ ନିର୍ଦ୍ଧୁମ ଛେଚିଲେ ୨ ଯୁବକ । ଭରତପୁର ଥାନା ଘାଟିକିଆ ନାକା ଗେଟ ନିକଟ ହୋଟେଲରେ ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି। ଏନେଇ ଥାନାରେ ଅଭିଯୋଗ କରିଥିଲେ ହୋଟେଲ ମାଲିକ । ପୋଲିସ ହୋଟେଲରେ ପହଞ୍ଚି ସିସିଟିଭି ଆଧାରରେ ତଦନ୍ତ ଜାରି ରଖିଛି ।
ସୂଚନା ଅନୁସାରେ, ଭରତପୁର ଥାନା ଘାଟିକିଆ ନାକା ଗେଟ ନିକଟ ଏକ ହୋଟେଲକୁ ଗତକାଲି କିଛି ଗ୍ରାହକ ଖାଇବାକୁ ଆସିଥିଲେ । ନିଜ ପସନ୍ଦ ମୁତାବକ ଖାଇବା ଅର୍ଡର ମଧ୍ୟ କରିଥିଲେ । ହେଲେ ଖାଇବା ଦେବାରେ ୨ ମିନିଟ ବିଳମ୍ବ ହେବାରୁ ହୋଟେଲ ଓ୍ବେଟରଙ୍କୁ ୨ଜଣ ଗ୍ରାହକମାନେ ନିସ୍ତୁକ ମାଡ଼ ମାରିଥିଲେ । ଏହାପରେ ହୋଟେଲରୁ ପଲାଇଥିଲେ । ଏନେଇ ଆହତ ଓ୍ବେଟର ଥାନାରେ ଏତଲା ଦେବା ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ସେପଟେ ୱେଟରଙ୍କୁ ମାଡ଼ ମାରିଥିବା ଭିଜୁଆଲ ସିସିଟିଭିରେ କଏଦ ହୋଇଛି। ସିସିଟିଭି ଆଧାରରେ ତଦନ୍ତ ଜାରି ରଖିଛି ପୋଲିସ ।
Comments are closed.