Latest Odisha News

BREAKING NEWS

କୁମ୍ଭମେଳା ହେଲା ଶେଷ ଯାତ୍ରା: ଓଲଟିଲା ବସ୍, ୭ ମୃତ

ନାସିକ: କୁମ୍ଭମେଳା ହେଲା ଶେଷ ଯାତ୍ରା । କୁମ୍ଭମେଳାରେ ସ୍ନାନ ସାରି ଫେରିବା ବେଳେ ଘଟିଲା ମର୍ମନ୍ତୁଦ ସଡକ ଦୁର୍ଘଟଣା । ଚାଲିଗଲା ୭ ଜଣଙ୍କ ଜୀବନ । ଗୁଜୁରାଟର ଡାଙ୍ଗ ଜିଲ୍ଲା ଅନ୍ତର୍ଗତ ସାପୁତାରାଠାରେ ଘଟିଛି ଦୁର୍ଘଟଣା । ଭାରସ୍ୟାମ ହରାଇ ୨୦୦ ଫୁଟ୍ ଘାଇକୁ ଓଲଟିଲା ଯାତ୍ରୀବାହି ବସ୍ । ଘଟଣାସ୍ଥଳରେ ୭ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି । ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଛି ।

ସୂଚନାନୁସାରେ, ପାଖାପାଖି ୨୫ ଜଣ ଯାତ୍ରୀଙ୍କୁ ନେଇ ବସଟି କୁମ୍ଭମେଳାରୁ ଫେରି ଗୁଜୁରାଟ ଅଭିମୁଖେ ଯାଉଥିଲା । ଭୋର ପ୍ରାୟ ୫.୩୦ ସମୟରେ ନାସିକ-ସୁରଟ ଜାତୀୟ ରାଜପଥ ସାପୁତାରାର ମାଲେଗାଓଁ ଘାଟ ନିକଟରେ ବସଟି ଭାରସ୍ୟାମ ହରାଇ ୨୦୦ ଫୁଟ୍ ଘାଇ ତଳକୁ ଖସିପଡିଥିଲା । ଘଟଣାସ୍ଥଳରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ଜଣ ଆହtତ ହୋଇଛନ୍ତି । ଦୁର୍ଘଟଣାର ଶିକାର ହୋଇଥିବା ସମସ୍ତ ଯାତ୍ରୀ ମଧ୍ୟପ୍ରଦେଶର ବୋଲି ଜଣାପଡିଛି । ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଛି । ଦୁର୍ଘଟଣାଗ୍ରସ୍ତ ବସକୁ ଜବତ କରି ତଦନ୍ତ ଚଳାଇଛି ପୋଲିସ ।

Comments are closed.