Latest Odisha News

ଲେବାନନରେ ପେଜର ପରେ ଏବେ ୱାକି ଟକିରେ ବିସ୍ଫୋରଣ

ନୂଆଦିଲ୍ଲୀ: ଲେବାନନରେ ସେପ୍ଟମ୍ବର ୧୭ରେ ପେଜରର ସିରିୟଲ ବିସ୍ଫୋରଣ ଦେଶକୁ ଥରହର କରି ଦେଇଥିଲା । ଏହା ପଛରେ ଇସ୍ରାଏଲର ହାତ ଥିବା ଲେବାନନ ସନ୍ଦେହ କରୁଛି । ପେଜର ବିସ୍ଫୋରଣ ଘଟଣା ସାରା ବିଶ୍ୱକୁ ଆଶ୍ଚର୍ଯ୍ୟଚକିତ କରି ଦେଇଛି । ଇତି ମଧ୍ୟରେ ଅଲ ଜଜୀରାରେ ପ୍ରକାଶିତ ଖବର ଅନୁସାରେ ଏବେ ୱାକି ଟକିରେ ବିସ୍ଫୋରଣ ହେବା ଆରମ୍ଭ ହୋଇଛି । ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି । ହିଜବୁଲ୍ଲା ସଦସ୍ୟମାନେ ମୋବାଇଲ ଅପେକ୍ଷା ପେଜର ଏବଂ ୱାକି ଟକି ବ୍ୟବହାର କରିଥାନ୍ତି । ଏଥିରେ ବିସ୍ଫୋରଣ ହେଉଥିବାରୁ ଇସ୍ରାଏଲକୁ ସନ୍ଦେହ କରାଯାଉଛି । ଲେବାନନ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଧମକ ଦେବା ପରେ ଇସ୍ରାଏଲର ସୀମା ନିକଟରେ ୨୦୦୦୦ରୁ ଊର୍ଦ୍ଧ୍ୱ ସୈନିକ ନିୟୋଜିତ କରିଛି ।

ହିଜବୁଲ୍ଲାର ସାଂସଦ ଅଲୀ ଅମାରଙ୍କ ପୁତ୍ରଙ୍କ ଅନ୍ତିମ ସଂସ୍କାର ବେଳେ ବଡ ଧରଣର ବିସ୍ଫୋରଣ ଘଟିଛି । ଏଥିରେ ଅନେକ ଆହତ ହୋଇଛନ୍ତି । ଇତି ମଧ୍ୟରେ ରୟଟର୍ସରେ ପ୍ରକାଶିତ ଖବର ଅନୁସାରେ ଇସ୍ରାଏଲର ଗୋଇନ୍ଦା ସଂସ୍ଥା ମୋସାଦ ହିଜବୁଲ୍ଲାର ୫୦୦୦ ସଦସ୍ୟଙ୍କ ପେଜର୍ସରେ ବିସ୍ଫୋରକ ଲଗାଇଥିଲେ । ଏହା ସ୍ୱତନ୍ତ୍ର କୋଡ ମାଧ୍ୟମରେ ଅପରେଟ ହୋଇଥାଏ । ଅନ୍ୟ ଏକ ରିପୋର୍ଟ ଅନୁସାରେ ସିରିୟାରେ ମଧ୍ୟ କେତେକ ପେଜର୍ସରେ ବିସ୍ଫୋରଣ ହୋଇଛି ।

Leave A Reply

Your email address will not be published.