Latest Odisha News

ଲୋକପ୍ରିୟ ହେଉଛି ୱାକିଂ ଫୁଟବଲ

ଲଣ୍ଡନ: ଫୁଟବଲ ସାରା ବିଶ୍ୱରେ ସବୁଠାରୁ ଲୋକପ୍ରିୟ ଖେଳ ଭାବେ ପରିଗଣିତ । ତେବେ ଏହା ସମସ୍ତଙ୍କ ପକ୍ଷେ ଖେଳିବା ସମ୍ଭବପର ନୁହେଁ । ଲଣ୍ଡନରେ ଫୁଟବଲକ ୁ ପସନ୍ଦ କରୁଥିବା କେତେକ ବ୍ୟକ୍ତି ୱାକିଂ ଫୁଟବଲର ଆରମ୍ଭ କରିଥିଲେ । ଆଶ୍ଚର୍ଯ୍ୟଜନକ ଭାବେ ଏହା ବେଶ ଲୋକପ୍ରିୟ ହେବାରେ ଲାଗିଛି । ୨୦୧୧ରୁ ଏହା ଆରମ୍ଭ କରାଯାଇଥିଲେ ମଧ୍ୟ ଏବେ ଏହା ଲୋକପ୍ରିୟ ହେଉଛି । ଶାରୀରିକ ଦୁର୍ବଳତା ତଥା ବୟୋଜ୍ୟୋଷ୍ଠ ବ୍ୟକ୍ତିମାନେ ଏହାକୁ ସହଜରେ ଖେଳି ପାରୁଛନ୍ତି । ଏହି ଖେଳରେ ଖେଳାଳିମାନେ ଦୌଡିପାରିବେ ନାହିଁ । ଚାଲିବା ଅବସ୍ଥାରେ ଫୁଟବଲ ଖେଳିବେ । ସମସ୍ତ ମ୍ୟାଚରେ ଗୋଟିଏ ପାଦ ଭୂମିରେ ଲାଗିଥିବା ଜରୁରୀ । ଏଥିପାଇଁ ଛୋଟ ପଡିଆ ଆବଶ୍ୟକ ।

ରିପୋର୍ଟ ମୁତାବକ ଅଗଷ୍ଟରେ ୱାକିଂ ଫୁଟବଲର ୱାର୍ଲ୍ଡ ନେଶନ୍ସ କପ ଆୟୋଜିତ ହେବ । ଏଥିରେ ୪୦ଟି ଟିମ ଅଂଶଗ୍ରହଣ କରିବେ । ୫୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ନେଇ ଆଉ ୨୦ଟି ଟିମ ଗଠନ କରାଯିବ । ବିଭିନ୍ନ ବୟସ୍କ ଗ୍ରୁପରେ ପ୍ରତ୍ୟେକ ଦେଶ ଗୋଟିଏ ଲେଖାଁଏ ଟିମ ପଠାଇପାରିବେ । ଏବେ ସୁଦ୍ଧା ୪୦ଟି ଦେଶ ଏଥିପାଇଁ ଆବେଦନ କରି ସାରିଛନ୍ତି । କ୍ୱାଲିଫାୟର ଷ୍ଟେଜ ପରେ ସେମନଙ୍କୁ ମୂଖ୍ୟ ଡ୍ରରେ ସାମିଲ କରାଯିବ । ଆବଶ୍ୟକ ଅନୁମତି ମିଳିବା ପରେ ଏହା ଆୟୋଜିତ ହେବ ।

Leave A Reply

Your email address will not be published.