Latest Odisha News

ଏପ୍ରିଲ ପହିଲାରୁ ୱାଲେଟ୍ ପେମେଣ୍ଟରେ ଲାଗିବ ଚାର୍ଜ, UPI କାରବାର ମାଗଣା

ମୁମ୍ବାଇ: ଡିଜିଟାଲ୍ କାରବାରରେ ଏଣିକି ଦେବେ ଦେୟ । ୟୁପିଆଇରେ ୨ ହଜାରରୁ ଅଧିକ ଟଙ୍କାର ପ୍ରିପେଡ୍ ପେମେଣ୍ଟ ଇନଷ୍ଟ୍ରୁମେଣ୍ଟ୍ସ (PPIs) ଦେଣନେଣରେ ଦେୟ ଦେବାକୁ ପଡ଼ିବ । ଏନେଇ ନ୍ୟାସନାଲ୍ ପେମେଣ୍ଟ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ସୁପାରିସ୍ କରିଛି ।

ଏହା ଦ୍ୱାରା ବ୍ୟାଙ୍କର ରାଜସ୍ୱ ବଢ଼ିବା ସହ ପେମେଣ୍ଟ ସେବା ଯୋଗାଉଥିବା ସଂସ୍ଥା ଲାଭାନ୍ୱିତ ହେବେ ବୋଲି କୁହାଯାଇଛି । ଏପ୍ରିଲ୍ ୧ରୁ ଲାଗୁ ହେବାକୁ ଥିବା ନୂତନ ନିୟମ ଅନୁସାରେ, ୨ ହଜାର ଟଙ୍କାରୁ ଅଧିକ ପିପିଆଇ ପେମେଣ୍ଟରେ ୧.୧ ପ୍ରତିଶତ ଦେୟ ଦେବାକୁ ପଡ଼ିବ । ଏନେଇ ୨୦୨୩ ସେପ୍ଟେମ୍ବର ୩୦ରେ ପୁଣି ସମୀକ୍ଷା କରାଯିବ ।

ତେବେ କେମେତି ପେମେଣ୍ଟ କଲେ ଆପଣଙ୍କୁ ଚାର୍ଜ ଦେବାକୁ ପଡ଼ିବ ଆସନ୍ତୁ ଜାଣିବା ।…

  • ଆପଣ ବ୍ୟବହାର କରୁଥିବା ୟୁପିଆଇ ଆପରେ ୱାଲେଟ୍ ଥାଏ । ଯେମିତି ପେଟିଏମ୍ ୱାଲେଟ୍ । ୱାଲେଟରୁ ଆପଣ ୟୁପିଆଇକୁ ୨ ହଜାର ଟଙ୍କାରୁ ଅଧିକ ପଠାଇଲେ ଚାର୍ଜ ଦେବେ ।
  • ୱାଲେଟରୁ ୨ ହଜାର ଟଙ୍କାରୁ କମ୍ ପଠାଇଲେ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ ।
  • ତେବେ, ଦୋକାନୀ ଗ୍ରାହକଙ୍କ ଠାରୁ ଦେୟ ନେବେ ନା ନାହିଁ ତାହା ଇଚ୍ଛାଧୀନ ।
  • ୟୁପିଆଇରେ ବ୍ୟାଙ୍କରୁ ବ୍ୟାଙ୍କ ଦେଣନେଣ ପୂର୍ବ ଭଳି ମାଗଣା ରହିବ ।  

Comments are closed.