Latest Odisha News

BREAKING NEWS

ଚପଲ ଓ ଅନ୍ତଃବସ୍ତ୍ରରେ ଭଗବାନ ଗଣେଷଙ୍କ ଛବି…

ନୂଆଦିଲ୍ଲୀ: ଆମେରିକାର ରିଟେଲର ‘ୱାଲମାର୍ଟ’ ପୁଣି ଥରେ ବିବାଦରେ। କମ୍ପାନୀ ପକ୍ଷରୁ ଚପଲ, ଅନ୍ତବସ୍ତ୍ର, ସ୍ୱିମସୁଟ୍ ଏବଂ ଅନ୍ୟାନ୍ୟ ସାମଗ୍ରୀରେ ଭଗବାନ ଗଣେଶଙ୍କୁ ଚିତ୍ରିତ କରିଥିଲା। ଏପରିକି କମ୍ପାନୀ ପକ୍ଷରୁ ଏହାର ବିକ୍ରୟ ଆରମ୍ଭ କରାଯାଇଥିଲା। ଯାହାପରେ ୱାଲମାର୍ଟ ଉପରେ ଖୁବ୍ ବର୍ଷି ଥିଲେ ଭାରତୀୟ।

ତୀବ୍ର ସମାଲୋଚନା ପରେ ୱାଲମାର୍ଟ ଭଗବାନ ଗଣେଶଙ୍କ ମୁଦ୍ରିତ ଚପଲକୁ ଏହାର ଅନଲାଇନ୍ କାଟାଲଗ୍ ରୁ ହଟାଇ ଦେଇଛି। ତେବେ ଏହି ଉତ୍ପାଦଗୁଡିକର ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଯାହାକୁ ନେଇ ଭିନ୍ନଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି।

ଜଣେ ୟୁଜର୍ସ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲେଖିଛନ୍ତି, ଭଗବାନ ଫ୍ୟାଶନ ଷ୍ଟେଟମେଣ୍ଟ ନୁହଁନ୍ତି; ସେମାନଙ୍କର ଆଧ୍ୟାତ୍ମିକ ମହତ୍ତ୍ୱ ରହିଛି। ଦୟାକରି ଏହି ଉତ୍ପାଦକୁ ପ୍ରତ୍ୟାହାର କରନ୍ତୁ ଏବଂ ଧାର୍ମିକ ପ୍ରତୀକ ପ୍ରତି ସମ୍ମାନ ପ୍ରଦର୍ଶନ କରନ୍ତୁ”। ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, “ସମସ୍ତ ଧର୍ମ ସମାନ ସମ୍ମାନ ପାଇବା ଉଚିତ୍। ୱାଲମାର୍ଟ ଏହି ଉତ୍ପାଦ ବିକ୍ରୟ ବନ୍ଦ କରିବା ଉଚିତ୍।”

ସେହିପରି ଅନ୍ୟ ଜଣେ ୟୁଜର୍ସ କହିଛନ୍ତି, “ୱାଲମାର୍ଟ ଲଜ୍ଜିତ ହେବା ଉଚିତ୍! ଏହା ଗ୍ରହଣୀୟ ନୁହେଁ ଏବଂ ସେ କ୍ଷମା ମାଗିବା ଉଚିତ୍। ”

ତେବେ କଡା ସମାଲୋଚିତ ହେବାପରେ ୱାଲମାର୍ଟ ଏହି ଉତ୍ପାଦଗୁଡିକୁ ତାଲିକାରୁ ହଟାଇ ଦେଇଛି। ହିନ୍ଦୁ ଆମେରିକୀୟ ଫାଉଣ୍ଡେସନ୍ ଏହି ପଦକ୍ଷେପ ପାଇଁ ୱାଲମାର୍ଟକୁ ଧନ୍ୟବାଦ ଜଣାଇଛି।

 

Comments are closed.