କଲମ୍ବୋ: ଶ୍ରୀଲଙ୍କା ଲେଗ ସ୍ପିନର ୱାନିନ୍ଦୁ ହସରଙ୍ଗା ଦିନିକିଆ କ୍ରିକେଟରେ ସର୍ବାଧିକ ଥର କ୍ରମାଗତ ୫ ୱିକେଟ ସଫଳତା ହାସଲ କରିବାରେ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ଚଳିତ ବିଶ୍ୱକପ କ୍ୱାଲିଫାୟର୍ସ ମୁକାବିଲାରେ ଆୟର୍ଲାଣ୍ଡ ବିପକ୍ଷ ମ୍ୟାଚରେ ସେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ସେ ୟୁଏଇ ବିପକ୍ଷରେ ୬ଟି ଏବଂ ଓମାନ ଓ ଆୟର୍ଲାଣ୍ଡ ବିପକ୍ଷରେ ୫ ୱିକେଟ ଅକ୍ତିଆର କରିଥିଲେ । ତାଙ୍କ ପୂର୍ବରୁ କେବଳ ପାକିସ୍ତାନର ୱାକର ୟୁନିସ ୧୯୯୦ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୨ଥର (୫/୧୧, ୫/୧୬) ଏବଂ ୱେଷ୍ଟଇଣ୍ଡିଜ ବିରୋଧରେ ୫୨ ରନରେ ୫ ୱିକେଟ ନେଇଥିଲେ ।
ହସରଙ୍ଗାଙ୍କ ଚମତ୍କାର ବୋଲିଂ ଯୋଗୁ ଶ୍ରୀଲଙ୍କା ୧୩୩ ରନ ବ୍ୟବଧାନରେ ଆୟର୍ଲାଣ୍ଡକୁ ପରାସ୍ତ କରିଛି । ଏଥିସହ ଦଳ ୱେଷ୍ଟଇଣ୍ଡିଜ ଓ ଜିମ୍ବାୱେ ସହ ସୁପର ସିକ୍ସ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି । ଜିମ୍ବାୱେ ନିକଟରୁ ୱେଷ୍ଟଇଣ୍ଡିଜ ପରାଜିତ ହୋଇଥିବାରୁ ବିଶ୍ୱକପ ନିମନ୍ତେ ଯୋଗ୍ୟତା ହାସଲ କରିବା କଷ୍ଟକର ହେବ ।
Comments are closed.