Latest Odisha News

BREAKING NEWS

ନୂଆ ଜୀବନ ଚାହୁଁଛି; ସୁଇସାଇଡ୍ ନୋଟ୍ ଲେଖି ଝୁଲିପଡିଲେ ଡିସିପିଙ୍କ ପୁଅ

ମୁମ୍ବାଇ: ମହାରାଷ୍ଟ୍ରର ଡେପୁଟି କମିଶନରଙ୍କ ଏକମାତ୍ର ୧୭ ବର୍ଷୀୟ ପୁଅ ସାହିଲ ଆତ୍ମହତ୍ୟା କରିଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଲିଯାଇଛି।

ସୂଚନାନୁସାରେ, ସାହିଲ ରବିବାର ଦିନ ଫ୍ୟାନରେ ରଶି ଲଗାଇ ଝୁଲି ପଡିଥିଲା। ସେ ଦ୍ୱାଦଶ ଶ୍ରେଣୀରେ ଅଧ୍ୟୟନ କରୁଥିଲେ ଏବଂ ଆଇଆଇଟି ପ୍ରବେଶିକା ପରୀକ୍ଷା ପାଇଁ ମଧ୍ୟ ପ୍ରସ୍ତୁତ ହେଉଥିଲେ।

ସେ ପରିବାର ସଦସ୍ୟ ଏବଂ ସାଙ୍ଗମାନଙ୍କ ସହ ଦଶହରା ବୁଲାବୁଲି କରିଥିଲେ। ପରେ ପିତାମାତାଙ୍କ ସହ ଘରକୁ ଫେରି ରାତ୍ରୀ ଭୋଜନ କରିଥିଲେ ଏବଂ ହସମଜାକ ମଧ୍ୟ କରିଥିଲେ। ତା’ପରେ ସେ ଶୋଇବା ଘରକୁ ଚାଲିଯାଇଥିଲେ।

ହେଲେ ରବିବାର ସକାଳେ ମର୍ଣ୍ଣିଂଓ୍ଵାକ ପାଇଁ ଡିସିପି ନାନ୍ଦେଡକର ସବୁଦିନ ପରି ସେଦିନ ମଧ୍ଯ ପୁଅକୁ ଡାକିଥିଲେ। କିନ୍ତୁ ଭିତରପଟୁ କବାଟ ବନ୍ଦ ଥିବା ବେଳେ ଡିସିପି ଯେତେ ଡାକିଥିଲେ ମଧ୍ଯ ତାଙ୍କୁ କୌଣସି ଉତ୍ତର ମିଳିନଥିଲା। ଫଳରେ ସେ ଝରକା ଦେଇ ଭିତରକୁ ଦେଖିବା ବେଳକୁ ପୁଅକୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ। ଯାହା ପରେ ସେ ପୋଲିସକୁ ଖବର ଦେଇଥିଲେ।

ତେବେ ପିଲାଟି ନିଜ ଶୋଇବା ଘରର ଦର୍ପଣରେ ଏକ ସୁଇସାଇଡ୍ ନୋଟ୍ ଲେଖିଥିବା ଜଣାପଡିଛି। ନୋଟରେ ସେ ଲେଖିଛି ଯେ, “ମୁଁ ଏହି ଜୀବନକୁ ଭରପୂର ଉପଭୋଗ କରିସାରିଛି। ମୁଁ ପୁଣି ନୂଆ ଜୀବନ ଆରମ୍ଭ କରିବାକୁ ଚାହୁଁଛି। କିନ୍ତୁ ମୁଁ ହାରିନାହିଁ। “

Leave A Reply

Your email address will not be published.