ଭୁବନେଶ୍ବର: ଆଇନରେ ପରିଣତ ହେବା ପରେ ବି ଥମିନି ଓ୍ବାକଫ୍ ଝଡ । କେନ୍ଦ୍ର, ରାଜ୍ୟ ସବୁଠି ଉଷ୍ମତା ଜାରି ରହିଛି । ରାଜ୍ୟରେ ତ ଏବେ ମୁଖ୍ୟ ପ୍ରସଙ୍ଗ ପାଲଟିଛି ଓ୍ବାକଫ୍ ଆଇନ୍ । ଓ୍ବାକଫ୍ ଆଇନ ନେଇ ବିଜେଡିର ମତ, ଏବେ ରାଜ୍ୟ ରାଜନୀତିକୁ ଚଳଚଞ୍ଚଳ କରିଛି । ବିଜେପି, କଂଗ୍ରେସ, ଏମିତିକି ନିଜେ ବିଜେଡି ବି ବିଜେଡିକୁ ଘେରୁଛି । ଯାହାକ ନେଇ ଭିନ୍ନ ଭିନ୍ନ ମତ ରଖୁଛନ୍ତି ରାଜନୀତିଜ୍ଞ ।
ଏହାରି ଭିତରେ ଏବେ ବିଜେଡିରେ ଚାଲିଥିବା ଡ୍ରାମା ନେଇ ନିଜର ମତ ରଖିଛନ୍ତି ବରିଷ୍ଠ ରାଜନେତା ତଥା ପୂର୍ବତନ ବିଜେଡି ନେତା ଅମର ଶତପଥୀ । ୱାକଫ୍ ଘଟଣାବଳୀକୁ ରହସ୍ୟମୟ ବୋଲି ବାଖ୍ୟା କରିଛନ୍ତି । କହିଛନ୍ତି, ମୁଁ ବିଜେଡି ଭିତରେ ନାହିଁ, ତାଙ୍କ ଦଳ ବାବଦରେ ବି କହିବି ନାହିଁ । ମାତ୍ର ୱାକ୍ଫ ଭୋଟିଂକୁ ନେଇ ସବୁ ରହସ୍ୟମୟ । ସଂସଦୀୟ ବ୍ୟବସ୍ଥାରେ କୌଣସି ବିଲକୁ ବିରୋଧ କିମ୍ବା ସମର୍ଥନ ନେଇ ନିୟମ ରହିଛି । ମାତ୍ର ବିବେକାନୁମୋଦିତ ମତ ଦେବା କଥା ମୁଁ ଜାଣିନାହିଁ । ଯେହେତୁ ଏହା ଏବେ ଜାତୀୟ ପ୍ରସଙ୍ଗ, ତେଣୁ ଏଥିରେ ସମସ୍ତେ ମତ ରଖିପାରିବେ । ବର୍ତ୍ତମାନ ରାଜ୍ୟରେ ଓ୍ବାକଫ୍ ନେଇ ବିଜେଡିର ମତ ପ୍ରସଙ୍ଗରୁ ଭ୍ରମିତ ପାଇଁ ଉଦ୍ୟମ ହେଉଛି, ପର୍ଦ୍ଦା ଉଠିବା ଉଚିତ । ପ୍ରସଙ୍ଗ ଏଡ଼ାଇବା ପାଇଁ ପ୍ରଭାତଙ୍କୁ ବଲି କା ବକରା କରାଯାଇଛି ।
ଏଥିସହିତ ପ୍ରଭାତ ବିଜୁ ଜନତା ଦଳରେ ନଥିବାକୁ ନେଇ ଅମର କହିଛନ୍ତି, ନିଲମ୍ବନ, ବହିଷ୍କାର ଭିନ୍ନ କଥା, ନବୀନ କିପରି ଏକ୍ସପେଲ୍ଡ କହିଲେ… । ପ୍ରେସ ରିଲିଜରୁ ଜଣାପଡ଼ୁଛି ପ୍ରଭାତ ନିଲମ୍ବନ ହୋଇଥିଲେ, ପରେ ପ୍ରତ୍ୟାହୃତ ହୋଇଥିଲା । ତେଣୁ ଏବେ ସେ ଦଳରେ ନାହାନ୍ତି, ଏପରି କହିବା ନବୀନ ବାବୁଙ୍କ ମୁହଁରେ ଶୋଭା ପାଏ ନାହିଁ ବୋଲି କହିଛନ୍ତି ଅମର । ମୁଁ ଯେତିକି ଜାଣିଛି ପ୍ରଭାତ ତ୍ରିପାଠୀ ବିଜେଡି ପାଇଁ ବୋଝ ନଥିଲେ । ପ୍ରଭାତ ତ୍ରିପାଠୀ ବିଜେଡି ପାଇଁ ଆସେଟ୍ ଥିଲେ, ଏବଂ ସେ ପ୍ରମାଣିତ କରିଛନ୍ତି ବୋଲି କହିଛନ୍ତି ଅମର ।
Comments are closed.