ନୂଆଦିଲ୍ଲୀ: ଆଜି ଲୋକସଭାରେ ୱାକଫ ସଂଶୋଧନ ବିଲ୍ ୨୦୨୫ ଆଗତ କରାଯାଇଛି । ଏବେ ବି ଏହା ଉପରେ ସଂସଦରେ ଯୁକ୍ତି ତର୍କ ଚାଲିଛି । ମୁସଲମାନ ସମ୍ପ୍ରଦାୟର ବିକାଶ ତଥା ଦେଶର ଅଗ୍ରଗତି ପାଇଁ ବିଜେପି ସରକାର ଏହାକୁ ଏକ ଐତିହାସିକ ମୂହୂର୍ତ୍ତ ବୋଲି ବର୍ଣ୍ଣନା କରିଥିବା ବେଳେ, ବିରୋଧୀ ଦଳ, ଏହି ବିଲରେ ପରିବର୍ତ୍ତନ କରି କେନ୍ଦ୍ର ସରକାର କେବଳ ଲୋକଙ୍କୁ ଭୂଆଁ ବୁଲାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି । ବିରୋଧୀଙ୍କ ବିରୋଧ ସତ୍ତ୍ବେ ଏହାକୁ ଲୋକସଭାରେ ଆଗତ କରାଯାଇ, ଏହା ଉପରେ ଆଲୋଚନା ଚାଲିଛି । ଆଲୋଚନାରେ, ଏହି ବିଲ ସଂଶୋଧନ ଦ୍ବାରା ସରକାର ମସଜିଦ ପରିଚାଳନାରେ କିମ୍ବା ଧାର୍ମିକ କାର୍ଯ୍ୟକଳାପରେ ହସ୍ତକ୍ଷେପ କରିବେ ନାହିଁ, କିମ୍ବା ଏହା ଦ୍ବାରା କାହାରି ଧାର୍ମିକ ଭାବନା କୁଠାରଘାତ ହେବ ନାହିଁ ବୋଲି କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ।
ଏଥିସହିତ ରିଜିଜୁ ଆଲୋଚନା ସମୟରେ ଓ୍ବାକଫ୍ ବୋର୍ଡର ଇତିହାସ ଏବଂ ଏହାର ସଂପୃକ୍ତି ନେଇ ମଧ୍ୟ ଅନେକ ତଥ୍ୟ ପ୍ରଦାନ କରିଛନ୍ତି । ରିଜିଜୁଙ୍କ ତଥ୍ୟ ଅନୁଯାୟୀ, ସମଗ୍ର ବିଶ୍ୱରେ ୱାକଫର ୯୦ ପ୍ରତିଶତରୁ ଅଧିକ ଗୁଣ ଜମି ଇମାମବାଡା, ଶ୍ମଶାନ, ମସଜିଦ ଏବଂ ଦର୍ଗା ଆକାରରେ ରହିଛି ।
କେବଳ ଯେ ଭାରତରେ ଏହାର ବିସ୍ତାର ରହିଛି, ତାହା ନୁହେଁ, ଇରାନ, ଇଣ୍ଡୋନେସିଆ, ପାକିସ୍ତାନ, ନାଇଜେରିଆ, ମାଲେସିଆ, ବାଂଲାଦେଶ, ଇଜିପ୍ଟ, ତୁର୍କୀ ଏବଂ ଆଲଜେରିଆ ସମେତ ମୁସଲିମ ସମ୍ପ୍ରଦାୟର ଲୋକମାନେ ରହୁଥିବା ଅଧିକାଂଶ ଦେଶରେ ୱାକଫ ବୋର୍ଡ କାର୍ଯ୍ୟ କରିଥାଏ । ଅନେକ ରାଜ୍ୟରେ ଏହା ଧାର୍ମିକ ସଂଗଠନ କିମ୍ବା ବିଭିନ୍ନ ରାଜ୍ୟ କମିଟି ଅଧୀନରେ ରହିଛି । ରିପୋର୍ଟ ଅନୁଯାୟୀ, ସମଗ୍ର ବିଶ୍ୱରେ ୱାକଫ୍ ସମ୍ପତ୍ତିର ୯୦ ପ୍ରତିଶତରୁ ଅଧିକ ଇମାମବାଡା, ଶ୍ମଶାନ, ମସଜିଦ ଏବଂ ଦର୍ଗା ଆକାରରେ ଅବସ୍ଥିତ ।
ତେବେ ସବୁଠୁ ବଡ କଥା ହେଉଛି, ପାକିସ୍ତାନ ଓ୍ବାକଫ୍ ବୋର୍ଡ ସବୁଠୁ ଧନୀ । ପାକିସ୍ତାନର ଓ୍ବାକଫ୍ ସମ୍ପତ୍ତିରେ ୮,୮୧,୯୧୩ ବର୍ଗ କିଲୋମିଟର ଜମି ରହିଛି । ଯେତେବେଳେ କି ଭାରତର ୱାକଫ ବୋର୍ଡରର୍ ରହିଛି ମୋଟ ୩୮୦୪ ବର୍ଗ କିଲୋମିଟର ଜମି । ଏଭଳି ପରିସ୍ଥିତିରେ ପାକିସ୍ତାନର ଭାରତ ତୁଳନାରେ ୨୦୦ ଗୁଣ ଅଧିକ ଜମି ରହିଛି ।
ପ୍ରଥମ ଥର ପାଇଁ ମୋଗଲ କାଳରେ ଭାରତରେ ୱାକଫ ଅଭ୍ୟାସ ଆରମ୍ଭ ହୋଇଥିଲା । ଏହା ପଛରେ ଶାସକମାନଙ୍କର ଉଦ୍ଦେଶ୍ୟ ରହିଥିଲା, ସେମାନଙ୍କର ଧାର୍ମିକ ପ୍ରତିବଦ୍ଧତା ଦେଖାଇବା ଏବଂ ଜନସାଧାରଣଙ୍କୁ ସୁବିଧା ଯୋଗାଇବା । ପାକିସ୍ତାନ ଗଣମାଧ୍ୟମ ଅନୁଯାୟୀ, ସେମାନଙ୍କ ଦେଶରେ ୱାକଫ ସମ୍ପତ୍ତିର ରକ୍ଷଣାବେକ୍ଷଣ ଏବଂ କାର୍ଯ୍ୟକାରିତା ଇସଲାମାବାଦ ଏବଂ ରାଜ୍ୟ ସରକାରଙ୍କ ଅଧୀନରେ ଆସିଥାଏ । କିନ୍ତୁ ଭାରତରେ, ୱାକଫ୍ ହେଉଛି ଏକ ନୀତି ଯାହା ଇସଲାମିକ୍ ନିୟମ (ଶରିୟତ) ରୁ ନିଆଯାଇଛି । ଯେଉଁଥିରେ ଜଣେ ବ୍ୟକ୍ତି ନିଜର ସମ୍ପତ୍ତି ସବୁଦିନ ପାଇଁ ଦାନ, ସମ୍ପ୍ରଦାୟ କିମ୍ବା ଧାର୍ମିକ ଉଦ୍ଦେଶ୍ୟରେ ଦାନ କରନ୍ତି । ଇସଲାମିକ୍ ନିୟମରେ, ଏହିପରି ସମ୍ପତ୍ତି କୌଣସି ବ୍ୟକ୍ତିଗତ ମାଲିକାନା ଅଧିକାରଠାରୁ ଅଧିକ ହୋଇଯାଏ । ତାପରେ ଏହା ଆଲ୍ଲାଙ୍କର ସମ୍ପତ୍ତି ଭାବରେ ବିବେଚନା କରାଯାଏ ।
Comments are closed.