Latest Odisha News

BREAKING NEWS

ୱାର ୨ ର ଟିଜର ରିଲିଜ; ହ୍ରିତିକଙ୍କ ସହ ଜୁନିଅର ଏନଟିଆରଙ୍କ ଦମଦାର ଆକ୍ସନ…

ମୁମ୍ବାଇ: ୟଶ ରାଜ ଫିଲ୍ମସ ମଙ୍ଗଳବାର ଦିନ ଜୁନିଅର ଏନଟିଆରଙ୍କ ଜନ୍ମ ଦିନ ଅବସରରେ ‘ୱାର ୨’ର ଟିଜର ରିଲିଜ୍ କରିଛି। ଏହି ଟିଜର ରିଲିଜ ହେବା ମାତ୍ରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏହି ଫିଲ୍ମରେ ଜୁନିଅର ଏନଟିଆର ପ୍ରଥମ ଥର ପାଇଁ ହ୍ରିତିକ୍ ରୋଶନଙ୍କ ବିପକ୍ଷରେ ଆକ୍ସନ୍ ସିନ କରିଛନ୍ତି।

ତେବେ ଏହାର ଟିଜରରେ ଆକ୍ସନ ସିନ ଭରି ରହିଛି। କେତେବେଳେ ବିମାନ ଉପରେ ତ କେତେବେଳେ ହାଇ ସ୍ପିଡ ଟ୍ରେନରେ ଉଭୟେ ମୁହାଁମୁହିଁ ଲଢୁଛନ୍ତି। ଏହି ଭଳି ରୋମାଞ୍ଚକର ଦୃଶ୍ୟ ଦେଖି ପ୍ରଶଂସକମାନେ କମେଣ୍ଟ କରିଛନ୍ତି ଯେ ଏହା RRR ଏବଂ ପଠାନ ଫିଲ୍ମ ଠାରୁ ଅଧିକ ବଡ଼ ବ୍ଲକବଷ୍ଟର ହୋଇପାରିବ। ତେବେ ଆଉ ଜଣେ ଲେଖିଛନ୍ତି ଯେ ହ୍ରିତିକ ପୁଣି କବୀର ଶୈଳୀରେ ପରଦା ଉପରକୁ ଫେରି ଆସିଛନ୍ତି।

ଏହି ରୋମାଞ୍ଚକର ଫିଲ୍ମଟି ୧୪ ଅଗଷ୍ଟ ୨୦୨୫ରେ ମୁକ୍ତିଲାଭ କରିବ। ତେବେ ଏହି ଫିଲ୍ମଟି ଆୟନ ମୁଖାର୍ଜୀଙ୍କ ଦ୍ଵାରା  ନିର୍ଦ୍ଦେଶିତ ହେବାକୁ ଯାଉଛି। ଯାହାକି ୱାର (୨୦୧୯)ର ସିକ୍ୱେଲ୍ ଅଟେ।

୨୦୧୯ରେ ମୁକ୍ତିଲାଭ କରିଥିବା ୱାର ଫିଲ୍ମରେ ହ୍ରିତିକ୍ ରୋଶନ ଏବଂ ଟାଇଗର ଶ୍ରଫ ଉଭୟ ଅଭିନୟ କରିଥିଲେ। ଏହି ଫିଲ୍ମ ଟି ସିଦ୍ଧାର୍ଥ ଆନନ୍ଦଙ୍କ ଦ୍ଵାରା ନିର୍ଦ୍ଦେଶିତ ହୋଇଥିବା ବେଳେ ୟଶ ରାଜ ଫିଲ୍ମସ୍ ବ୍ୟାନରରେ ନିର୍ମିତ ହୋଇଥିଲା। ସେତେବେଳେ ଏହି ଫିଲ୍ମଟି ସାରା ବିଶ୍ୱରେ ମୋଟ ୪୭୧ କୋଟି ଟଙ୍କା ରୋଜଗାର କରିଥିଲା। ଯେଉଁଥିରେ ଦେଶ ଭିତରେ ମୋଟ ୩୧୮.୦୧ କୋଟି ଟଙ୍କା ସଂଗ୍ରହ କରିଥିବା ବେଳେ ଗ୍ରସ୍ କଲେକ୍ସନ ୩୭୫ କୋଟି ଥିଲା ଏବଂ ଦେଶ ବାହାରେ ୯୬ କୋଟି ଟଙ୍କା ରୋଜଗାର କରିଥିଲା। ଏଥିରେ ବାଣି କପୁର ମଧ୍ୟ ଅଭିନୟ କରିଥିଲେ। ୟଶ ରାଜ ସ୍ପାଏ ୟୁନିଭର୍ସର ମୂଳଦୁଆକୁ ମଜବୁତ କରିପାରିଥିଲା।

 

Comments are closed.