Latest Odisha News

ସରିନି ଲଢେଇ; ପୁଣି ଫେରିପାରେ କରୋନା; ଏମ୍‌ସ ଟାସ୍କ ଫୋର୍ସ ମୁଖ୍ୟଙ୍କ ଚେତାବନୀ

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍‌ସର କରୋନା ଟାସ୍କ ଫୋର୍ସର ଚେୟାରମ୍ୟାନ୍ କହିଛନ୍ତି ଯେ କରୋନା ବିରୋଧରେ ଯୁଦ୍ଧ ଏପର୍ଯ୍ୟନ୍ତ ସରିନାହିଁ। ପୁଣି ଫେରିପାରେ କରୋନା। ଏ ନେଇ କରୋନା ଟାସ୍କ ଫୋର୍ସର ଚେୟାରମ୍ୟାନ୍ ଚେତାବନୀ ଦେଇଛନ୍ତି।

“ଆମକୁ ୧୦୦ କୋଟି ଠାରୁ ବହୁ ଆଗକୁ ଯିବାକୁ ପଡିବ ଏବଂ ସମସ୍ତଙ୍କୁ ଉଭୟ ଡୋଜ ଟିକାକରଣ କରିବାକୁ ପଡିବ। ଏହା ଆମର ଲକ୍ଷ୍ୟ ହେବା ଉଚିତ। ଆମକୁ ଦ୍ରୁତ ଗତିରେ ଆଗକୁ ବଢିବାକୁ ପଡିବ ଏବଂ ୨ଟି ଡୋଜ ଟିକାକରଣ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ “କରୋନା ଯୁଦ୍ଧରେ ଜିତିବା ଏପର୍ଯ୍ୟନ୍ତ ସହଜ ନୁହେଁ,ସେଥିପାଇଁ ଆମକୁ ଆହୁରି ସତର୍କ ରହିବାକୁ ପଡ଼ିବ।

ଡା. ୱିଗ୍ ଆହୁରି ମଧ୍ୟ କହିଛନ୍ତି ଯେ କେତେକ ରାଜ୍ୟରେ ୧୦ ପ୍ରତିଶତରୁ ଅଧିକ ପଜିଟିଭ କେସ୍‌ ରହିଛି। ସେ କହିଛନ୍ତି, “ଏହା ଏତେ ସହଜ ନୁହେଁ। ଅନେକ ଦେଶ ଏବେବି କରୋନା ସହ ମୁକାବିଲା ଜାରି ରଖିଛନ୍ତି। ତେଣୁ ଆମକୁ ବହୁତ ସତର୍କ ରହିବାକୁ ପଡିବ କାରଣ ଏହା ପ୍ରତିଶୋଧ ନେବା ପାଇଁ କରୋନା ପୁଣି ଫେରିପାରେ।”

Comments are closed.