Latest Odisha News

BREAKING NEWS

ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପୋଲିସ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?

ପୁରୀ: ଶ୍ରୀକ୍ଷେତ୍ରରେ ଚାଂଚଲ୍ୟ ଖେଳାଇଛି ଜଣେ ପୋଲିସ କର୍ମଚାରୀଙ୍କ ମୃତଦେହ ଉଦ୍ଧାର ମାମଲା । ମୃତ ପୋଲିସ କର୍ମଚାରୀ ଜଣକ ଶ୍ରୀଜଗନ୍ନାଥ ମନ୍ଦିର ସୁରକ୍ଷା ଦାୟିତ୍ୱରେ ଥିଲେ ।

ଗତକାଲି ପୁରୀ ସଦର ହୁଲୁହୁଳିଆ ପୋଲ ନିକଟ ରେଳଧାରଣା ପାଶ୍ୱର୍ରୁ ପୋଲିସ କର୍ମୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ମୃତକଙ୍କ ପରିଚୟ କୁମୁଟିପାଟଣାର ପ୍ରଶାନ୍ତ କୁମାର ସାହୁ ବୋଲି ଜଣାପଡିଛି । ମୃତଦେହ ଉଦ୍ଧାର ହେବା ପରେ ଘଟଣାସ୍ଥଳରେ ପହଂଚି ସିଟି ଡିଏସପି ଓ କୁମ୍ଭାରପଡା ଥାନା ଅଧିକାରୀ ତଦନ୍ତ ଆରମ୍ଭ କରିଥିଲେ । ଏହି ମାମଲାରେ ଜିଆରପି ପୋଲିସ ମଧ୍ୟ ତଦନ୍ତ ଚଳାଇଥିଲାବେଳେ ପ୍ରଶାନ୍ତଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇପାରିନି ।

Leave A Reply

Your email address will not be published.