Latest Odisha News

ଘରେ ଶୋଇଥିବା ବେଳେ ୱାର୍ଡ ମେମ୍ବରଙ୍କୁ ବିଭତ୍ସ ହତ୍ୟା

କାଲିମେଳା: ରାତିରେ ଶୋଇଥିବା ବେଳେ ୱାର୍ଡମେମ୍ବରଙ୍କୁ ବିଭତ୍ସ ହତ୍ୟା । ମାଲକାନଗିରି ଜିଲ୍ଲା ସୀମାନ୍ତ ମୋଠୁ ଥାନା ଘାର୍ଷାପାଲ୍ଲୀ ଗାଁରେ ଘଟିଛି ଏହି ଲୋମଟାଙ୍କୁରା ଘଟଣା ।ମୃତକ ୱାର୍ଡ ମେମ୍ବର ଜଣଙ୍କ ଘାର୍ଷାପଲ୍ଲୀ ଗ୍ରାମରେ ବାଡ଼ଛି ଚିନା ବୋଲି ଜଣାପଡିଛି ।

ସୂଚନାନୁସାରେ, ଗତକାଲି ବିଳମ୍ବିତ ରାତିରେ ୱାର୍ଡ ମେମ୍ବର ବାଡ଼ଛି ଚିନା ଘରେ ଶୋଇଥିବା ବେଳେ କେହି ଜଣେ ଦୁର୍ବୃତ୍ତ ତାଙ୍କୁ ହତ୍ୟା କରାଯାଇଥିବା ତାଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି।

ଓ୍ୱାର୍ଡମେମ୍ବରଙ୍କୁ ବିଭତ୍ସ ହତ୍ୟା କରାଯିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଘଟଣାସଂପର୍କରେ ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

Leave A Reply

Your email address will not be published.