Latest Odisha News

BREAKING NEWS

ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ

ରାୟଗଡ଼ା: ସାଧାରଣ ଲୋକଙ୍କ ପାଖରେ ସମସ୍ତ ସୁବିଧା ପହଞ୍ଚାଇବା ପାଇଁ ବିଭିନ୍ନ ଜନହିତକର କାର୍ଯ୍ୟ କରାଯାଉଛି । ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ହେଲେ ଏବେବି ଲୋକଙ୍କ ପାଖରେ ସୁବିଧା ପହଞ୍ଚିପାରୁନାହିଁ । ଏହିଭଳି ଅଭିଯୋଗ ଆସିଛି ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକର ଉକାମ୍ବା, କୁଜେନ୍ଦ୍ରି ଓ ପେଣକାମ ପଞ୍ଚାୟତରୁ । ଏନେଇ ବିଭିନ୍ନ ଦାବି ପୂରଣ ପାଇଁ ଶତାଧିକ ଲୋକେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ସୂଚନା ଅନୁସାରେ, ଟିକରପଡ଼ା, ରାଇଗୁଡ଼ା, କୁଜେନ୍ଦ୍ରି ପ୍ରମୁଖ ପେଣକାମ ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଅନେକ ଯୋଗ୍ୟ ହିତାଧିକାରୀ ଅଛନ୍ତି । ହେଲେ ଏଯାଏଁ ଆବାସ ଯୋଜନାରେ ଘର, ରାସନ କାର୍ଡ଼, ସ୍ୱଚ୍ଛ ପାନୀୟ ଜଳ ଯୋଗାଣ ଯୋଜନା, ଶ୍ରମ କାର୍ଡ଼, ବିଭିନ୍ନ ଭତ୍ତା ପାଇବାରୁ ବଞ୍ଚିତ ହୋଇରହିଛନ୍ତି । ଏପରିକି ଯେଉଁ ଆବାସ ଯୋଜନାରେ ସାମିଲ ହୋଇଥିବା ତାଲିକା ଆସୁଛି ତାହା ପୁଣି ହିତାଧିକାରୀଙ୍କ ଅଗୋଚରରେ ଫେରିଯାଉଛି । ଏହିପରି ସଙ୍ଗୀନ ଅଭିଯୋଗ କରିଛନ୍ତି ବିଭିନ୍ନ ପଞ୍ଚାୟତରୁ ଆସିଥିବା ଅଭିଯୋଗକାରୀ ।

ବାରମ୍ବାର ପଞ୍ଚାୟତଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସମସ୍ତ ଗୁହାରୀ କରିଥିଲେ ମଧ୍ୟ କେହି ଶୁଣୁନାହାନ୍ତି । ସରକାରଙ୍କ ଯୋଜନା କରୁଛନ୍ତି । ହେଲେ ଯୋଜନାରେ କିଏ ଉପକୃତ ହେଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଗ୍ରାମବାସୀ । ବ୍ଲକ ପ୍ରଶାସନ ତୁରନ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ସରକାରୀ ଯୋଜନାରେ ସାମିଲ ନକଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲେଇବେ ବୋଲି ଚେତାବନୀ ଦିଆଯାଇଛି ।

Leave A Reply

Your email address will not be published.