ନ୍ୟୁୟର୍କ: ଆଜିକାଲି ଲୋକମାନଙ୍କର ମୋବାଇଲ ଫୋନ୍ ବ୍ୟବହାର ମୁଖ୍ୟ ଆବଶ୍ୟକତା ପାଲଟିଯାଇଛି । ସକାଳେ ଉଠିବା ଠାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ ଲୋକେ ବିନା ମୋବାଇଲ ଫୋନରେ ରହିପାରୁ ନାହାନ୍ତି । ଅନେକ ପୁରୁଷ ଶୌଚାଳୟକୁ ଯିବା ସମୟରେ ମଧ୍ୟ ଫୋନକୁ ସାଙ୍ଗରେ ନେଇଯାଆନ୍ତି । କିନ୍ତୁ ଏହି ଅଭ୍ୟାସ ପୁରୁଷଙ୍କ ପାଇଁ ଏକ ସମସ୍ୟା ହୋଇପାରେ । ଏହାକୁ ନେଇ ଡାକ୍ତରମାନେ ଚେତାବନୀ ଦେଇଛନ୍ତି । ପୁରୁଷମାନେ ଫୋନ୍ ସହିତ ଶୌଚାଳୟକୁ ଯିବା ଉଚିତ୍ ନୁହେଁ । ଏହାର ଏକ ବୈଜ୍ଞାନିକ କାରଣ ରହିଛି । ଏହି ଅଭ୍ୟାସ ସାଂଘାତିକ ମଧ୍ୟ ହୋଇପାରେ ।
ଇଣ୍ଡିଆନ୍ ୟୁନିଭରସିଟି ଅଫ ହେଲ୍ଥର ୟୁରୋଲୋଜିଷ୍ଟ୍ ଡକ୍ଟର ହେଲେନ ବର୍ନି କହିଛନ୍ତି ଯେ, ସାର୍ବଜନୀନ ବ୍ୟବହାର ପାଇଁ ଉଦ୍ଦିଷ୍ଟ ଶୌଚାଳୟରେ ବିଭିନ୍ନ ମାରାତ୍ମକ ଜୀବାଣୁ ଓ ବ୍ୟାକ୍ଟେରିଆ ଅନେକ ଦିନ ପର୍ଯ୍ୟନ୍ତ ସକ୍ରୀୟ ରହିଥାନ୍ତି । ଏହି ଜୀବାଣୁମାନେ ବିଭିନ୍ନ ଇନ୍ଫେକ୍ସନ ବା ସଂକ୍ରମଣର ବାହକ ହୋଇଥାନ୍ତି । ଗବେଷଣାରୁ ସ୍ପଷ୍ଟ ହୋଇଛି ଯେ, ସାର୍ବଜନୀନ ଶୌଚାଳୟରେ ପରିସ୍ରା ବୁନ୍ଦା ତିନି ଫୁଟ ପର୍ଯ୍ୟନ୍ତ ଛିଟିକ୍ ଥାଏ । ସମୟ ସମୟରେ ପରିସ୍ରାର ବୁନ୍ଦା ଛଅ ଫୁଟ ପର୍ଯ୍ୟନ୍ତ ମଧ୍ୟ ଯାଇପାରେ । ଆମମାନଙ୍କ ଧାରଣା ଯେ, ପରିସ୍ରା ପରେ ଫ୍ଲାସ କଲେ ରୋଗ ଜୀବାଣୁ ଚାଲିଯାଆନ୍ତି । ହେଲେ ବାସ୍ତବତା ହେଲା ତିନିରୁ ୬ ଫୁଟ ପର୍ଯ୍ୟନ୍ତ ଛିଟୁକୁଥିବା ପରିସ୍ରା ବିନ୍ଦୁରେ ଜୀବାଣୁ ଅନେକ ଦିନ ପର୍ଯ୍ୟନ୍ତ ସକ୍ରୀୟ ରହିଥାନ୍ତି । ତେଣୁ ଶୌଚାଳୟକୁ ଫୋନ ନେଇ ଯାଉଥିବା ପୁରୁଷମାନଙ୍କ ମୋବାଇଲରେ ଏହି ଜୀବାଣୁମାନେ ସହଜରେ ସଂକ୍ରମଣ ଆରମ୍ଭ କରନ୍ତି । ଯେତେବେଳେ ଆପଣ ଶୌଚଳୟରେ ଫ୍ଲାଶ କରନ୍ତି, ଜୀବାଣୁମାନେ ମୋବାଇଲ ଜରିଆରେ ତ୍ୱରିତ ବିସ୍ତାରିତ ହୁଅନ୍ତି ।
ଫିଜିକ୍ସ ଅଫ୍ ଫ୍ଲୁଇଡ୍ସରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଶୌଚାଳୟରେ ଫ୍ଲାସ ବ୍ୟବହାର କରିବା ଦ୍ୱାରା ୫.୫ ସେକେଣ୍ଡରେ ୫୭% ରୋଗ ଜୀବାଣୁ ବ୍ୟବହାରକାରୀଙ୍କ ମୋବାଇଲକୁ ଚାଲି ଆସନ୍ତି । ଏହାର ପ୍ରଭାବରେ ଧୀରେ ଧୀରେ ପୁରୁଷମାନେ ବିଭିନ୍ନ ରୋଗରେ ସଂକ୍ରମିତ ହୁଅନ୍ତି । ୨୦୨୧ରେ ହୋଇଥିବା ଏକ ସର୍ଭେରୁ ଜଣାଯାଇଥିଲା ଯେ ୯,୮୦୦ ବୟସ୍କଙ୍କ ମଧ୍ୟରୁ ୬୫ ପ୍ରତିଶତ ଶୈାଚାଳୟରେ ଫୋନ୍ ବ୍ୟବହାର କରନ୍ତି । ଶୌଚାଳୟରୁ ବାହାରିବା ପରେ ସେମାନଙ୍କ ଶରୀରକୁ ଫୋନ ଜରିଆରେ ଜୀବାଣୁ ସଂକ୍ରମିତ କରିଥାନ୍ତି । ଫଳରେ ଡାଇରିଆ, ଜ୍ୱର ଭଳି ବିଭିନ୍ନ ସାଂଘାତିକ ରୋଗର ଶୀକାର ହୋଇଥାନ୍ତି ।
Comments are closed.