Latest Odisha News

BREAKING NEWS

ଓଡ଼ିଶା ରଣଜୀ କ୍ରିକେଟ ଟିମ୍‌ର କୋଚ୍ ପଦ ଛାଡ଼ିଲେ ଓ୍ୱାସିମ୍ ଜାଫର

ଭୁବନେଶ୍ବର: ଓଡ଼ିଶା ରଣଜୀ କ୍ରିକେଟ ଟିମ୍‌ର ମୁଖ୍ୟ କୋଚ୍ ପଦ ଛାଡ଼ିଲେ ଓ୍ୱାସିମ୍ ଜାଫର । ଓଡ଼ିଶା ପାଇଁ ସେ  ୨ଟି ସିଜିନ ରହିବା ପରେ କୋଚ୍ ପଦ ଛାଡ଼ିଛନ୍ତି ଓ୍ୱାସିମ୍ ଜାଫର । ଓ୍ୱାସିମ୍ ଜାଫର କୋଚ୍ ପଦ ଛାଡ଼ିବା ନେଇ ଓସିଏ ପକ୍ଷରୁ ସୂଚନା ଦିଆଯାଇଛି ।  ୧୯ ବର୍ଷରୁ କମ୍ ବାଂଲାଦେଶ ଟିମ୍‌ର କୋଚ୍ ପଦ ଭାବେ ଦାୟିତ୍ୱ ନେବେ  ଓ୍ବାସିମ ଜାଫର । ଓଡ଼ିଶାର କୋଚ ହୋଇଥିଲେ ମଧ୍ୟ ଓଡ଼ିଶା ରଣଜୀ ଟ୍ରଫିରେ ସେପରି କିଛି ଆଖିଦୃଶିଆ ଖେଳ ଦେଖାଇପାରିନଥିଲା । 

ପୂର୍ବରୁ ମଧ୍ୟ ଜାଫର ଅଣ୍ଡର ୧୯ ବାଂଲାଦେଶ ଦଳର କୋଚ ଦାୟିତ୍ବ ତୁଲାଇଥିଲେ। ତେବେ ବାଂଲାଦେଶ ଜୁନିୟର ଦଳ ୨୦୧୯ରେ ୧୯ ବର୍ଷରୁ କମ ବାଂଲାଦେଶ ଦଳ ଜାଫରଙ୍କ ତତ୍ତ୍ୱାବଧାନରେ ପ୍ରଶିକ୍ଷଣ ନେଇଥିଲା। ସେ ଏହି ବର୍ଷ ବିଶ୍ବ ଚାମ୍ପିଅନ ହୋଇଥିଲା ଭାରତ ଅଣ୍ଡର 19 ଦଳକୁ ହରାଇଥିଲା । ପୂର୍ବ ରେକର୍ଡ ଅନୁଯାଇ ପୁଣି ବାଂଲାଦେଶର ଅଣ୍ଡର 19 କୋଚ ହେବାକୁ ଯାଉଛନ୍ତି ଜାଫର ।

ଓଡ଼ିଶା କ୍ରିକେଟ ଆସୋସିଏସନ ତାଙ୍କୁ ଓଡ଼ିଶା କୋଚ ଦାୟିତ୍ବ ଦେବା ପୂର୍ବରୁ ସେ ଉତ୍ତରାଖଣ୍ଡ କ୍ରିକେଟ ଆସୋସିଏସନ ଦ୍ବାରା କୋଚ୍ ନିଯୁକ୍ତ ହୋଇଥିଲେ ।

୨୦୨୧ ଜୁଲାଇ ୨୩ତାରିଖରେ ଅନ୍ତର୍ଜାତୀୟ କ୍ରିକେଟର ୱାସିମ ଜାଫର ଓଡ଼ିଶା କ୍ରିକେଟ ଟିମ୍‌ର ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତ ହୋଇଥିଲେ । ତାଙ୍କ ତତ୍ତ୍ୱାବଧାନରେ ଓଡ଼ିଶା ଦଳ ବିସିସିଆଇ ଘରୋଇ ପ୍ରତିଯୋଗିତାରେ ସେମିତି କିଛି ଆଖିଦୃଶିଆ ସଫଳତା ହାସଲ କରିପାରିନାହିଁ । ଗତ କିଛି ଦିନ ଧରି ସେ ଓସିଏ ଛାଡ଼ିବେ ବୋଲି ସୂଚନା ମିଳିଥିଲା ।

ୱାସିମ୍‌ଙ୍କ ସ୍ଥାନରେ ଆସନ୍ତା ସିଜନ ୨୦୨୨-୨୩ ପାଇଁ ଓଡ଼ିଶା ସିନିୟର ଦଳର ମୁଖ୍ୟ କୋଚ୍‌ ଭୂମିକା ନିର୍ବାହ କରିବେ ଆର୍‌.ଶ୍ରୀକାନ୍ତ । ସେ ଏବେ ଓଡ଼ିଶା କ୍ରିକେଟ ଏକାଡ଼େମୀର ବୈଷୟିକ ନିର୍ଦ୍ଦେଶକ ଦାୟିତ୍ୱ ନିର୍ବାହ କରୁଛନ୍ତି । ଅତିରିକ୍ତ ଭାବେ ତାଙ୍କୁ ଓଡ଼ିଶା ସିନିୟର ଦଳର ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତ କରାଯାଇଥିବା ଓସିଏ ତରଫରୁ ସୂଚନା ଦିଆଯାଇଛି । ଶ୍ରୀକାନ୍ତ ପୂର୍ବରୁ ଓଡ଼ିଶା କ୍ରିକେଟ ଦଳରୁ ରଣଜୀ ଟ୍ରଫି ଖେଳିଛନ୍ତି । ଏହାସହ ଗତ ୨୦ବର୍ଷ ଧରି କ୍ରିକେଟ ପ୍ରଶିକ୍ଷଣ କ୍ଷେତ୍ରରେ ନିଜସ୍ୱ ପରିଚୟ ହାସଲ କରିଛନ୍ତି ।

Leave A Reply

Your email address will not be published.