Latest Odisha News

BREAKING NEWS

ପଣ୍ଡିତ ଆର୍ତ୍ତତ୍ରାଣ ଦାଶଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ଭୁବନେଶ୍ୱର : ଶିଶୁକିଶୋର ପତ୍ରିକା ସରଗଶଶୀ ପକ୍ଷରୁ କର୍ମକାଣ୍ଡ ସୁଧାକର ତଥା ପାଲାଗାୟକ ପଣ୍ଡିତ ଆର୍ତ୍ତତ୍ରାଣ ଦାଶଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପିପିଲିଠାରେ ପାଳିତ ହୋଇଯାଇଛି । ଏହି ଅବସରରେ ଗାୟକ ମୃଗନାଭି ରବୀନ୍ଦ୍ର ପ୍ରଧାନ, ଗାୟକ ଭାସ୍କର ଦୁର୍ଯ୍ୟୋଧନ ନାୟକ, ବିଶିଷ୍ଟ  ଶିଶୁକିଶୋର ସାହିତ୍ୟିକ ହେମନ୍ତ କୁମାର ଛୋଟରାୟ, ନୀଳମଣି ଚାନ୍ଦ ଓ କୁଞ୍ଜ ବିହାରୀ ସାହୁ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏହି ସାରସ୍ୱତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ସାହିତ୍ୟ ଏକାଡେମୀ ବାଳ ସାହିତ୍ୟ ପୁରସ୍କାର ପ୍ରାପ୍ତ ସାହିତ୍ୟିକ ଦାଶ ବେନହୁର ମୁଖ୍ୟ ଅତିଥି ଭାବର , ସମ୍ମାନିତ ବକ୍ତା ଭାବେ କେନ୍ଦ୍ର ସାହିତ୍ୟ ଏକାଡେମୀର ଅନ୍ୟତମ ବାଳ ସାହିତ୍ୟ ପୁରସ୍କାର ପ୍ରାପ୍ତ ବୀରେନ୍ଦ୍ର ମହାନ୍ତି ସମ୍ମାନିତ ବକ୍ତା ଭାବରେ ଯୋଗ ଦେଇଥିଲେ ଥିଲେ । ତାଙ୍କ ସହ ଶରତ କୁମାର ବିଶ୍ୱାଳ, କାଳିନ୍ଦୀ ଚରଣ ସାହୁ, ରଘୁନାଥ ଜେନା , ଶରତ କୁମାର ନାୟକ, ପ୍ରଭାତ କୁମାର ରଥ, ନୀଳମଣି ଚାନ୍ଦ ଓ କୁଞ୍ଜବିହାରୀ ସାହୁ, ରମେଶ ଚନ୍ଦ୍ର ଦାଶ ପ୍ରମୁଖ ଯୋଗଦେଇ ସ୍ୱର୍ଗତଃ ଦାଶଙ୍କ ସ୍ମୃତି ଚାରଣ କରିଥିଲେ ।

ପ୍ରଶାନ୍ତ କୁମାର ଦାଶ ଏହି ଉତ୍ସବକୁ ପରିଚାଳନା କରିଥିଲେ ଏବଂ ବରିଷ୍ଠ ଶିଶୁସାହିତ୍ୟିକ ଲକ୍ଷ୍ମୀକାନ୍ତ ସ୍ୱାଗତ ଭାଷଣ ଦେବା ସହ ସ୍ମରଣିକା ” ସ୍ମୃତିର ରଜନୀଗନ୍ଧା” ସମ୍ପର୍କରେ ଆଲୋକପାତ କରିଥିଲେ ।

Leave A Reply

Your email address will not be published.