Latest Odisha News

BREAKING NEWS

ଦେଖନ୍ତୁ: ୟୁନିସେଫର ମ୍ୟୁଜିକ୍ ଭିଡିଓରେ ସ୍ଥାନ ପାଇଲା ଓଡିଶା ଛାତ୍ରାଛାତ୍ରୀଙ୍କ ଲୋକନୃତ୍ୟ

ରାୟଗଡା: ରାୟଗଡ ଜିଲ୍ଲା ଭାକୁରଗୁଡା ସ୍ଥିତ ଆଶ୍ରମ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ଵାରା ପରିବେଷିତ ଆଦିବାସୀ ଲୋକନୃତ୍ୟ ୟୁନିସେଫ ମ୍ୟୁଜିକ ଭିଡ଼ିଓରେ ସ୍ଥାନ ପାଇଛି। ୟୁନିସେଫ ମ୍ୟୁଜିକ ଭିଡ଼ିଓ ରେ ଏହାର ଟାଇଟଲ ରଖାଯାଇଛି ‘ୱେକଅପ’ । ୟୁନାଇଟେଡ଼ ନେସନସ୍ ଏଜେନ୍ସି ଏହାକୁ ନିଜ ସୋସିଆଲ ହ୍ୟାଣ୍ଡେଲରେ ସେୟାର କରିଛନ୍ତି।

ୟୁନିସେଫର୍ ୭୦ ବର୍ଷ ପୂର୍ତ୍ତି ଅବସରରେ ନୂଆବର୍ଷରେ ଭିଡ଼ିଓଟି ରିଲିଜ ହୋଇଥିଲା ।


ପିଲା ତଥା ଯୁବପୀଢୀକୁ ଉତ୍ସାହିତ ଓ ପ୍ରେରଣା ଦେବା ଲାଗି ଜାତୀୟ ସ୍ତରର ବିଭିନ୍ନ ରାଜ୍ୟର ଵିଦ୍ୟାଳୟ ଓ ପିଲାଙ୍କୁ ନେଇ ପ୍ରସ୍ତୁତ ତିନି ମିନିଟର ମ୍ୟୁଜିକାଲ ଭିଡିଓରେ ସର୍ଗିଫୁଲରେ ପ୍ରଦର୍ଶିତ ଅବିଭକ୍ତ କୋରାପୁଟ ଜିଲ୍ଲାର ଆଦିବାସୀ ନୃତ୍ୟର ସମନ୍ବୟରେ ପ୍ରସ୍ତୁତ ଭାକୁରଗୁଡା ବିଦ୍ୟାଳୟ ନୃତ୍ୟର କିଛି ଅଂଶକୁ ସ୍ଥାନିତ କରିଛନ୍ତି ।

ବିବିଧତାରେ ଭରା ଏଇ ନୃତ୍ୟ ସମସ୍ତଙ୍କୁ ବିମୋହିତ କରିଛି ଏବଂ ଚଳିତ ସର୍ଗିଫୁଲରେ ଦଳଗତ ନୃତ୍ୟରେ ଶ୍ରେଷ୍ଠ ସ୍ଥାନ ଦଖଲ କରି ପୁରସ୍କୃତ ହୋଇଥିଲେ ।

ସୂଚନାଯୋଗ୍ୟ, ରାୟଗଡର ଏହି ଆଶ୍ରମ ବିଦ୍ୟାଳୟତିରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପ୍ରଯ୍ୟନ୍ତ ରହିଛି ।

ଅଭିନବ ପରିଚାଳନା , ବିବିଧ କ୍ଷେତ୍ରରେ ପିଲାଙ୍କ ଅପୂର୍ବ ଦକ୍ଷତା, ନିଆରା ଶୈକ୍ଷିକ କାର୍ଯ୍ୟ ପ୍ରଣାଳୀ ଓ ବିଦ୍ୟାଳୟର ଆକର୍ଷଣୀୟ ଶୈକ୍ଷିକ ପରିବେଶକୁ ନେଇ ଏହି ବିଦ୍ୟାଳୟ ନିଜର ଏଜ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି । ଯାହା ସବୁବେଳେ ଅନ୍ୟମାନଙ୍କୁ ଆକର୍ଷିତ କରି ଆସିଛି ।

ସ୍ବଚ୍ଛତା ଲାଗି ଏଇ ବିଦ୍ୟାଳୟ ରାଜ୍ୟ ସ୍ତରରେ ପୁରସ୍କୃତ ହୋଇଛି ।

ଅଭିନବ କାର୍ଯ୍ୟକ୍ରମକୁ ନେଇ ଅତୀତରେ ୟୁନିସେଫ ପକ୍ଷରୁ ବିଦ୍ୟାଳୟର ସ୍ବତନ୍ତ୍ର ଭାବେ ଡକ୍ୟୁମେଣ୍ଟସନ କରିଥିବା ବେଳେ ନିକଟ ଅତୀତରେ ୟୁନିସେଫର୍ ରାଜ୍ୟ ପ୍ରମୁଖ ମୋନିକା ନେଲସନ ଓ ରାଜ୍ୟ ୟୁନିସେଫ ଶିକ୍ଷା ଵିଭାଗ ପରାମର୍ଶଦାତ୍ରି ଲଲିତା ପଟନାୟକ ପ୍ରମୁଖ ପରିଦର୍ଶନ ରେ ଆସି ପିଲାଙ୍କ କାର୍ଯ୍ୟସମୂହ ଦେଖି ଅଭିଭୂତ ହୋଇ ପଡ଼ିଥିଲେ ।

ଏଭଳି ଆନ୍ତର୍ଜାତୀୟ ମଞ୍ଚରେ ନିଜ କଳାର ଯାଦୁ ଦେଖିବାର ସୁଯୋଗ ପାଇଥିବାରୁ ବହୁତ ଖୁସିଥିବା ଛାତ୍ରଛାତ୍ରୀ ମାନେ କହିଛନ୍ତି ।

” ଏହା ଆମ ପାଇଁ ଏକ ଗର୍ବର କଥା ଯେ ଆମ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ୟୁନିସେଫ ମ୍ୟୁଜିକ ଭିଡ଼ିଓର ଏକ ଅଂଶ ହୋଇ ପାରିଛି । ବର୍ଷର ପ୍ରଥମ ଭାଗରେ ଏଭଳି ସଫଳତା ଆମ ବିଦ୍ୟାଳୟରେ ନୂଆ ଉନ୍ମାଦନା ଜାଗ୍ରତ କରିଛି” ବୋଲି ପ୍ରଧାନ ଶିକ୍ଷକ ଗଗନ ଚନ୍ଦ୍ର ସାହୁ କହିଛନ୍ତି ।

Leave A Reply

Your email address will not be published.