Latest Odisha News

BREAKING NEWS

ଜେଏନୟୁ ଛାତ୍ର-ଶିକ୍ଷକଙ୍କ ଉପରେ ଆକ୍ରମଣକୁ ଅଲ ଇଣ୍ଡିଆ ଡ଼ି.ଏସ୍.ଓ.ର ବିରୋଧ

ଭୁବନେଶ୍ୱର: ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ପରିସରରେ ଗତକାଲି ରାତିରେ କିଛି ଛାତ୍ର ଓ ଶିକ୍ଷକଙ୍କୁ ହୋଇଥିବା ଆକ୍ରମଣ ଘଟଣାରେ ଅଲ୍ ଇଣ୍ଡିଆ ଡ଼େମୋକ୍ରାଟିକ ଷ୍ଟୁଡ଼େଣ୍ଟସ ଅର୍ଗାନାଇଜେସନ ଭୁବନେଶ୍ୱର ସିଟି କମିଟି ତରଫରୁ ଦୃଢ ନିନ୍ଦା କରାଯିବା ସହିତ ଘଟଣାରେ ସମ୍ପୃକ୍ତ ଅପରାଧୀମାନଙ୍କୁ ତୁରନ୍ତ ଗିରଫ କରାଯିବାକୁ ଦାବି କରାଯାଇଛି ।

ଦେଶବ୍ୟାପୀ •ଲିଥିବା ସି.ଏ.ଏ ଏବଂ ଏନ୍.ଆର.ସି. ବିରୋଧୀ ଆନ୍ଦୋଳନକୁ ଦବାଇ ଗଣତନ୍ତ୍ରର କଣ୍ଠରୋଧ କରିବା ପାଇଁ ଏହି ଆକ୍ରମଣ କରାଯାଇଛି ବୋଲି ଏ.ଆଇ.ଡ଼ି.ଏସ୍.ଓ. ତରଫରୁ କୁହାଯାଇଛି ।

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ଆଜିର ଏହି ପ୍ରତିବାଦ ସଭାରେ଼ ସ୍ୱସ୍ତି ସଙ୍ଗୀତା ଦଳାଇ, ସପ୍ତର୍ଷିନୀ ରାଉଳ, ପଲ୍ଲୀ ମଲ୍ଲିକ, ରେଖା ଦଣ୍ଟପାଟ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.