Latest Odisha News

BREAKING NEWS

ଦେଖନ୍ତୁ: ଟିଣ୍ଡରରୁ ଆରମ୍ଭ ହୋଇଥିବା ପ୍ରେମ କାହାଣୀ ବଦଳିଗଲା ଘୃଣାରେ

ଭୁବନେଶ୍ୱର: ମୋବାଇଲ ଡେଟିଙ୍ଗ ଆପ ଟିଣ୍ଡରରୁ ସପ୍ତାହକ ତଳେ ପ୍ରଥମେ ପରିଚୟ ତାପରେ ପ୍ରେମରେ ପଡିଥିବା ଯୁବକ ଯୁବତୀ ଶୁକ୍ରବାର ଦିନ ପରସ୍ପର ନାମରେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ।


ଘଟଣାଟି ଏମିତି ଜାନୁଆରୀ ୨ ତାରିଖରେ ବ୍ୟାଙ୍କରେ କାର୍ଯ୍ୟରତ ଜଣେ ଯୁବକ ଓ କଲେଜରେ ଶିକ୍ଷାଦାନ କରୁଥିବା ଜଣେ ଯୁବତୀଙ୍କର ମୋବାଇଲ ଡେଟିଙ୍ଗ ଆପ ଟିଣ୍ଡରରେ ପରିଚୟ ହୋଇଥିଲା । ସେହିଦିନ ହିଁ ପରସ୍ପର ନିଜ ମୋବାଇଲ ନମ୍ବର ଅଦଳବଦଳ କରିଥିଲେ।

ଶୁକ୍ରବାର ଦିନ ଉକ୍ତ ଯୁବକ ଜଣକ ଥାନାରେ ଅଭିଯୋଗ କରିଥିଲେ ଯେ,ଉକ୍ତ ମହିଳା ଓ ତାଙ୍କର କିଛି ସହଯୋଗୀ ମାନେ ତାଙ୍କୁ ଅପହରଣ କରି ତାଙ୍କ ଉପରେ ଅତ୍ୟାଚାର କରିଛନ୍ତି ।

“ଜାନୁଆରୀ ୨ ତାରିଖରେ ଟିଣ୍ଡରେ ନମ୍ବର ଅଦଳବଦଳ କରିବା ପରେ ଆମେ ଠିକ ତାପର ଦିନ ଭେଟ ହେବାକୁ ନିଷ୍ପତ୍ତି ନେଲୁ । ସେ ମୋ ରୁମକୁ ଆସିଥିଲେ ଆମେ ମଦ୍ୟପାନ କରିବା ସହ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲୁ । ଉଭୟଙ୍କ ସହମତିରେ ଆମ ଅନ୍ତରଙ୍ଗ ମୁହୁର୍ତର ଫଟୋ ଓ ଭିଡିଓ ମଧ୍ୟ ଶୁଟିଂ କରିଥିଲୁ”।

“ଏହାସହ ୮ ଜାନୁଆରେ ସେ ମତେ ଫୋନ କରି କହିଥିଲେ ଯେ, ତାଙ୍କର ମୁଣ୍ଡ ବହୁତ ଜୋରରେ ବୁଲାଉଛି ତେଣୁ ତାଙ୍କୁ ମେଡିକାଲ ନେଇ ଯିବାକୁ ଯୁବତୀ ଅନୁରୋଧ କରିଥିବା” ଯୁବକ ଜଣଙ୍କ କହିଛନ୍ତି ।

ଆହୁରି ମଧ୍ୟ ସେ କହିଛନ୍ତି ଯେ, ” ଯେତେବେଳେ ମୁଁ ତାଙ୍କୁ ମୋ ମୋଟରସାଇକେଲରେ ବସାଇ ହସ୍ପିଟାଲର
ଯାଉଥିଲି ତା’ର ୨ ସହଯୋଗୀ ମୋ ଗାଡିକୁ ଅଟକାଇ ମତେ ମାରପିଟ କରିବା ସହ ମତେ ଜୋର ଜବରଦସ୍ତ ନେଇ ଏକ ଘରେ ବନ୍ଦ କରିଦେଲେ । ସେମାନେ ମୋ ପାଖରେ ଥିବା ସମସ୍ତ ଟଙ୍କା ଓ ବ୍ୟାଙ୍କ କାର୍ଡ ନେଇଗଲେ । ଏହାସହ ଆଉ ୫ ଲକ୍ଷ ଟଙ୍କା ଦେବାକୁ ମତେ ବାଧ୍ୟ କଲେ” ।

ଅନ୍ୟପଟେ ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ଯେ, ନିଶାଶକ୍ତ ଅବସ୍ଥାରେ ଯୁବକ ଜଣଙ୍କ ତାଙ୍କ ବିନା ଅନୁମତିରେ ଫଟୋ ଓ ଭିଡ଼ିଓ ରେକର୍ଡ଼ିଂ କରିଛନ୍ତି । ଯୁବକଙ୍କୁ ଅପହରଣ କରିଥିବା କଥାର ଖଣ୍ଡନ କରି ଯୁବତୀ ଜଣଙ୍କ କହିଛନ୍ତି ଯେ, ” ତାଙ୍କ ଫୋନରୁ ମୋ ଅସଂଜତ ଅବସ୍ଥାର ଫୋଟୋ ଓ ଭିଡ଼ିଓ ଡିଲିଟ୍ କରାଇବା ପାଇଁ ମୁଁ ଜଣେ ବ୍ୟକ୍ତିଙ୍କ ସହାୟତା ନେଇଥିଲି ।

ଚନ୍ଦ୍ରଶେଖରପୁର ପୋଲିସ ଉଭୟଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ।

Leave A Reply

Your email address will not be published.