Latest Odisha News

କେନ୍ଦ୍ରୀୟ ଅବକାରୀ ଅଧିକାରୀଙ୍କ ଘରେ ସିବିଆଇର ଚଢାଉ

ରାଉରକେଲା: ରାଞ୍ଚିର ସିବିଆଇ ଅଫିସରମାନେ ଶନିବାର ଦିନ ରାଉରକେଲାସ୍ଥିତ କେନ୍ଦ୍ରୀୟ ଅବକାରୀ ବିଭାଗର ଡେପୁଟି କମିଶନର ଆସିକ ଜମାଲଙ୍କ ଘର (ସି/୮୧) ଉପରେ ଚଢାଉ କରିଛନ୍ତି ।

ପ୍ରାପ୍ତ ସୂଚନାନୁଯାୟୀ, ଚୋରୀ ମାମଲାରେ ମୁମ୍ବାଇରେ ସୀମା ଶୁଲ୍କ ବିଭାଗରେ ନିଜ କାର୍ଯ୍ୟକାଳ ସମୟରେ ସିବିଆଇ ଦ୍ୱାରା ମଧ୍ୟ ଗିରଫ ହୋଇଥିଲେ । ପରେ ତାଙ୍କୁ ନିଲମ୍ବିତ କରାଯାଇଥିଲା ।

ତେବେ ତାଙ୍କ ନିଲମ୍ବନ ରଦ୍ଦ ହେବା ପରେ ତାଙ୍କୁ ରାଉରକେଲା ସ୍ଥାନାନ୍ତରିତ କରାଯାଇଥିଲା ।

Leave A Reply

Your email address will not be published.