Latest Odisha News

BREAKING NEWS

ଦେଖନ୍ତୁ: ବାଲିଯାତ୍ରାରେ ଓଡିଆ ପାରମ୍ପରିକ ଖାଦ୍ୟର ପସରା..

କଟକ: ଓଡ଼ିଶାର ଶହଶହ ବର୍ଷ ପୁରୁଣା ସଂସ୍କୃତି ଓ ଇତିହାସକୁ ଉଜ୍ଜୀବିତ କରି ରଖିବା ପାଇଁ ବଡ଼ ଯାକଜକମରେ ପାଳନ ହେଉଛି କଟକର ଐତିହାସିକ ବାଲିଯାତ୍ରା। ଖାଲି ଓଡ଼ିଆ ସଂସ୍କୃତି ନୁହେଁ, ଏହି ଭବ୍ୟ ବଲିଯାତ୍ରା ଓଡ଼ିଶାର ପରମ୍ପରିକ ଖାଦ୍ୟ ସମୂହକୁ ମଧ୍ୟ ନିଜ ଭିତରେ ସ୍ଥାନ ଦେଇଛି।

ଆଜିର ସହରି ପିଜ୍ଜା, ନୁଡୁଲ ଓ ବରଗର ସମୟରେ ଓଡ଼ିଶାର ହଜିଯାଉଥିବା ପାରମ୍ପରିକ ଖାଦ୍ୟର ମହକକୁ ଫେରାଇ ଆଣିଛି ବାଲିଯାତ୍ରା ।

ଆଜିର ଯୁବପିଢିଙ୍କ ଠାରୁ ଧୀରେଧୀରେ ଦୁରେଇ ଯାଉଥିବା ପିଠାପଣାର ସ୍ଵାଦକୁ ପୁଣି ଏମାନଙ୍କ ଗହଣକୁ ନେଇ ଆସିଛି ବାଲିଯାତ୍ରାର ଏହି ଫୁଡ଼ ଷ୍ଟଲ।


ବାଲିଯାତ୍ରାରେ ପ୍ରଥମ କରି ପଡିଥିବା ଏହି ଷ୍ଟଲରେ ପ୍ରସ୍ତୁତ ହେଉଛି ଓଡ଼ିଆ ଘରର ପ୍ରାୟ ୬୦ ପ୍ରକାରର ପିଠା । ଯେପରିକି ଚକୁଳି ପିଠା, ମଣ୍ଡା, କାକରା, ନଡ଼ିଆ କୋରା, ଠୁଙ୍କାପୁରୀ, ଖିରି ଏମିତି ଆହୁରି ଅନେକ।

ସାନ୍ଧ୍ୟ ହେଲେ ଜମୁଛି ଏହି ଷ୍ଟଲରେ ଲୋକଙ୍କ ଭିଡ଼। ଏଠାରେ ଏତେ ପରିମାଣରେ ଲୋକଙ୍କ ଭିଡ଼ ହିଁ କହି ଦେଉଛି ଆଜିବି  ଯୁବପିଢୀଙ୍କ ମଧ୍ୟରେ ପାରମ୍ପରିକ ଖାଦ୍ୟକୁ ନେଇ ଆତ୍ମୀୟତା ମାରିଯାଇ ନାହିଁ । ଏବେକାର ଆଧୁନିକ ଖାଦ୍ୟକୁ ସେମାନେ ପସନ୍ଦ କରୁଥିଲେ ମଧ୍ୟ ଓଡିଆ ଖାଦ୍ୟ ପ୍ରତି ସେମାନଙ୍କର ଭଲପାଇବା କମ୍ ହୋଇନାହିଁ ।

Comments are closed.