Latest Odisha News

BREAKING NEWS

ଦେଖନ୍ତୁ: ‘କୁଇନ୍’ ସୁଟିଂ ସେଟର ଭିଡ଼ିଓ ସେୟାର୍ କଲେ ବର୍ଷା ପ୍ରିୟଦର୍ଶିନୀ !

ଭୁବନେଶ୍ୱର: ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ନୂଆ ଓଡ଼ିଆ ସିନେମା ‘କୁଇନ୍’ର ଏବେ ଚାଲିଛି ସୁଟିଂ । ସୁଟିଂ ସେଟର କିଛି ଦୃଶ୍ୟ ସହିତ ଏକ ଗୀତକୁ ସୋସିଆଲ୍ ମିଡ଼ିଆରେ ସେୟାର୍ କରିଛନ୍ତି ବର୍ଷା । ଏହି ଭିଡ଼ିଓଟିକୁ ସୋସିଆଲ୍ ମିଡ଼ିଆର ହଜାର ହଜାର ୟୁଜର୍ସ ବେଶ୍ ପସନ୍ଦ କରିବା ସହିତ ବର୍ଷାଙ୍କୁ ବହୁତ ପ୍ରଶଂସା ମଧ୍ୟ କରିଛନ୍ତି ।

ବର୍ଷାଙ୍କ ପୂର୍ବ ଚଳଚ୍ଚିତ୍ର ‘ନିମକି’ରେ ତାଙ୍କର ଅଭିନୟ ଲାଗି ଫ୍ୟାନଙ୍କଠୁ ଅନେକ ପ୍ରଶଂସା ସାଉଁଟିପାରିଛନ୍ତି ।

ତେବେ ଏହି ନୂଆ ଚଳଚ୍ଚିତ୍ର ‘କୁଇନ୍’ରେ ତାଙ୍କ ବିପକ୍ଷରେ ଅଭିନେତା ଭାବେ ଅଭିନୟ କରିଛନ୍ତି ଜୟଜୀତ ଦାସ ।

ହରିହର ମହାପାତ୍ର ଓ ପପି ସନ୍ତୁକା ମଧ୍ୟ ଏହି ଚଳଚ୍ଚିତ୍ରଟିରେ ଅଭିନୟ କରିଛନ୍ତି । ନିକଟରେ କଟରେ ଏହି ଫିଲ୍ମର ମହୁରତ ଉତ୍ସବ ମଧ୍ୟ ଅନୁଷ୍ଠିତ ହୋଇଯାଇଛି ।

ଚଳଚ୍ଚିତ୍ରଟିକୁ ନିର୍ଦ୍ଦେଶନା ଦେଇଛନ୍ତି ଅମରେଶ ପତି ଏବଂ ଏହା ବିଦିଶା କ୍ରାଫ୍ଟ ବ୍ୟାନରରେ ନିର୍ମିତ ହୋଇଛି । ଏଥିରେ ମ୍ୟୁଜିକ୍ କଂପୋଜ କରିଛନ୍ତି ମଲ୍ଲୀ ମିଶ୍ର ।

ଏହା ଏକ ରୋମାଣ୍ଟିକ ଲଭ୍ ଷ୍ଟୋରୀ ଏବଂ ଜୟଜୀତ ମୁଖ୍ୟ ଭୁମିକାରେ ରହିଛନ୍ତି । ତାଙ୍କର ଭିନ୍ନ ପ୍ରକାରର ଅଭିନୟ ଦେଖିବାକୁ ପାଇବେ ଦର୍ଶକ ବୋଲି କହିଛନ୍ତି ସିନେମାର ନିର୍ଦ୍ଦେଶକ ।

“ଏହି ଫିଲ୍ମଟିରେ ଦର୍ଶକ ବିଭିନ୍ନ ଚରିତ୍ର ଦେଖିବାକୁ ପାଇବେ । ଫିଲ୍ମଟିର ଷ୍ଟୋରୀ ନୂଆ ଢଙ୍ଗରେ ନିର୍ମାଣ କରାଯାଇଛି । ଏଥିରେ ଦର୍ଶକମାନଙ୍କ ଲାଗି ସୁନ୍ଦର ବାର୍ତ୍ତା ମଧ୍ୟ ରହିଛି ଏବଂ ଦର୍ଶକ ମଧ୍ୟ ନିଶ୍ଚିତ ରୂପେ ଏହି ନୂଆ ଓଡ଼ିଆ ଚଳଚ୍ଚିତ୍ରଟିକୁ ପସନ୍ଦ କରିବେ ବୋଲି ଆଶା ରହିଛି,” ବୋଲି କହିଛନ୍ତି ଫିଲ୍ମର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ।

Leave A Reply

Your email address will not be published.