Latest Odisha News

ଦେଖନ୍ତୁ ଭିଡ଼ିଓ: କେଜି ୬ ହଜାର ଟଙ୍କା, ଧାମରାରେ ବିରଳ ପ୍ରଜାତିର ମାଛ !

ଭୁବନେଶ୍ୱର/ଧାମରା: ଏମିତି କ’ଣ ରହିଛି ଏହି ମାଛରେ ଯେ, ଲୋକମାନେ ଏହି ମାଛ କେଜିଏ ଘରକୁ ନେବାଲାଗି ଟଣା ଓଟରା ଲାଗିଛନ୍ତି । ଏପରିକି ଏହି ମାଛ କେଜି ପିଛା ୬ ହଜାରରୁ ୭ ହଜାର ଟଙ୍କାରେ କିଣିନେଉଛନ୍ତି ଗରାଖ!

ଭଦ୍ରକ ଜିଲ୍ଲା ଧାମରା ବନ୍ଦରରେ ଧରା ହୋଇଛି ବିରଳ ପ୍ରଜାତିର ଏକ ମାଛ । ଏହାର ସ୍ୱାଦ ଅନ୍ୟ ମାଛ ତୁଳନାରେ ଅଧିକ ଉତ୍ତମ ତଥା ଏହା ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ଉପକାରୀ । ଏହି ମାଛ କିଣିବା ଲାଗି ଆଜି ଧାମରା ବନ୍ଦରାଞ୍ଚଳରେ ନାହିଁ ନଥିବା ଭିଡ଼ ପରିଲକ୍ଷିତ ହୋଇଛି ।

ମିଳିଥିବା ସୂଚନାନୁଯାୟୀ, ଧାମରା ଚନ୍ଦନୀପାଳ ମାଛଧରା କେନ୍ଦ୍ରରେ ଏହି ମାଛ କିଣିନେବାକୁ ହଜାର ହଜାର ସଂଖ୍ୟାରେ ଲୋକମାନେ ଭିଡ଼ ଜମାଇଛନ୍ତି । ଗୋଟିଏ ମାଛର ଓଜନ ମଧ୍ୟ ୩୦ କେଜିରୁ ଅଧିକ ରହିଛି । ଏହି ମାଛକୁ ଏହି ଧାମରା ଅଞ୍ଚଳରେ ‘ତେଲିଆ’ ବୋଲି କହୁଛନ୍ତି ।

ସାଧାରଣତଃ ଏହି ବିରଳ ପ୍ରଜାତିର ତେଲିଆ ମାଛ ସମୁଦ୍ରରେ କମ୍ ସଂଖ୍ୟାରେ ଦେଖାଯାଉଥିବା ବେଳେ ମତ୍ସ୍ୟଜୀବୀମାନେ ଏହି ମାଛକୁ ଧରିବାକୁ ସ୍ୱପ୍ନ ଦେଖିଥାଆନ୍ତି । ତେବେ ଆଜି ଏଠାକାର ସ୍ଥାନୀୟ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ମାଛ ମାରିବାକୁ ଯାଇଥିବା ବେଳେ ଏହି ମାଛ ପର୍ଯ୍ୟାପ୍ତ ପରିମାଣରେ ପାଇଛନ୍ତି । ତେବେ କିଛି ଧୀବରଙ୍କ କହିବାନୁଯାୟୀ ମାତ୍ର ୧୦ଟି ମାଛ ବଜାରରେ ଉପଲବ୍ଧ ଏବଂ ଏହି ମାଛ କେତୋଟି ନେବାକୁ ଟଣା ଓଟରା ।

ଏହି ବିରଳ ପ୍ରଜାତିର ତେଲିଆ ମାଛକୁ ଦେଖିବାକୁ ଗଣମାଧ୍ୟମ ପ୍ରତିନିଧିଙ୍କ ସମେତ ହଜାର ହଜାର ସଂଖ୍ୟାରେ ଜନସାଧାରଣ ଭିଡ଼ ଜମାଇଛନ୍ତି ।

Leave A Reply

Your email address will not be published.