Latest Odisha News

BREAKING NEWS

ଚନ୍ଦ୍ରବାବୁଙ୍କୁ ବଡ଼ ଝଟକା, ବିଜେପିରେ ମିଶିଲେ ୪ ଟିଡ଼ିପି ସାଂସଦ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡ଼ିପି ସଭାପତି ଚନ୍ଦ୍ରବାବୁ ନାଇଡୁଙ୍କୁ ମିଳିଛି ବଡ଼ ଝଟକା । ତେଲୁଗୁ ଦେଶମ ପାର୍ଟି (ଟିଡ଼ିପି)ର ୪ ଜଣ ରାଜ୍ୟସଭା ସାଂସଦ ଆଜି ଦଳ ଛାଡ଼ିବାପରେ ବିଜେପିରେ ମିଶିଛନ୍ତି ।

ମିଳିଥିବା ସୂଚନାନୁଯାୟୀ, ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟଠାରେ ଗୁରୁବାର ଦିନ ଏକ ସ୍ୱତନ୍ତ୍ର ସାମ୍ବାଦିକ ସମ୍ମିଳନୀରେ କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ ପି ନଡ୍ଡା ଏହି ଘୋଷଣା କରିଛନ୍ତି । ଏହି ମିଶ୍ରଣ ଫଳରେ ରାଜ୍ୟସଭାରେ ଟିଡ଼ିପିର ଏକରକମ ବିଲୟ ଘଟିଛି ।

ଆନ୍ଧ୍ରପଦେଶର କିଛି ବରିଷ୍ଠ ତଥା ଟିଡ଼ିପି ନେତା ଯେଉଁମାନେ ଦଳ ତ୍ୟାଗ କରି ବିଜେପିରେ ମିଶିଛନ୍ତି ସେମାନେ ହେଲେ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ୱାଇ ଏସ ଚୌଧୁରୀ, ସି ଏମ ରମେଶ, ଟି ଜି ଭେଙ୍କଟେଶ ଏବଂ ଜି ମୋହନ ରାଓ । ଟିଡ଼ିପି ନେତା ଚନ୍ଦ୍ରବାବୁ ନାଇଡୁଙ୍କର ଏହି ବରିଷ୍ଠ ନେତାମାନେ ଅତ୍ୟନ୍ତ ଘନିଷ୍ଠ ଥିଲେ । ଏହି ମିଶ୍ରଣ ଯୋଗୁଁ ନାଇଡୁଙ୍କ୍ୁ ଶକ୍ତ ଧକ୍କା ଲାଗିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ଏହି ଟିଡ଼ିପି ନେତାମାନଙ୍କର ବିଜେପିରେ ମିଶ୍ରଣ ଫଳରେ ଦଳ ବଡ଼ ସଙ୍କଟରେ ପଡ଼ିଛି । ଟିଡ଼ିପିର ୩ ଜଣ ସଦସ୍ୟ ଏବେ ଲୋକସଭାରେ ଥିବା ବେଳେ ମାତ୍ର ୨୩ ଜଣ ସଦସ୍ୟ ରହିଛନ୍ତି ରାଜ୍ୟ ବିଧାନସଭାରେ । ରାଜ୍ୟସଭାରେ ବିଲୟ ଘଟିଛି ଦଳର ସଦସ୍ୟତା ।

ଆଜି ଏହି ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ପରିବର୍ତ୍ତନ ପରେ ଗଣମାଧ୍ୟମକୁ ସୂଚନାଦେଇ ଟିଡ଼ିପି ସଭାପତି ଚନ୍ଦ୍ରବାବୁ ନାଇଡୁ କହିଛନ୍ତି, ଏହା ବିଜେପିର ଷଡ଼ଯନ୍ତ ମାତ୍ର । ଏହି ଘଟଣା ଲାଗି ଦଳ ଆଦୌ ହତୋତ୍ସାହିତ ହୋଇ ପଡ଼ିନାହିଁ ବୋଲି କହିଛନ୍ତି ଚନ୍ଦ୍ରବାବୁ ।

Leave A Reply

Your email address will not be published.