୪ ଘଣ୍ଟାରୁ ଅଧିକ ସମୟ ଟିଭି ଦେଖିଲେ ଜମାଟ ବାନ୍ଧିପାରେ ରକ୍ତ । ଏକ ରିସର୍ଚ୍ଚରୁ ବଡ଼ ଖୁଲାସା । ପିଲାଠୁ ବୁଢ଼ା ପର୍ଯ୍ୟନ୍ତ ଟିଭି ସମସ୍ତଙ୍କ ନିଶା । ଟିଭି ଦେଖିବାକୁ କିଏ ବା ଭଲ ନ ପାଏ । ଅଧିକ ସମୟ ଟିଭି ଦେଖିବା କ୍ଷତିକାରକ ଜାଣି ବି ଅଧିକାଂଶ ଲୋକଙ୍କୁ ଟିଭି ଦେଖିବା ଯେପରି ନିଶା ହୋଇଥାଏ । ଏବେ କିନ୍ତୁ କିନ୍ତୁ ଅଧିକ ସମୟ TV ଦେଖିଲେ ରକ୍ତ ଜମାଟ ବାନ୍ଧିଥାଏ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି । ପୂର୍ବରୁ ଏକ ଗବେଷଣାରୁ ଜାଣିବାକୁ ମିଳିଥିଲା ଯେ ଅଧିକ ସମୟ ଟିଭି ଦେଖିବା ଦ୍ୱାରା ହୃତ୍ପିଣ୍ଡ ଜନିତ ରୋଗ ହୁଏ ବୋଲି । ଅଧିକ ସମୟ ଧରି ଟିଭି ଦେଖିବା ଫଳରେ ଶରୀରର ଶିରା, ଫୁସ୍ଫୁସ୍ ଏବଂ ପେଲ୍ଭିସରେ ରକ୍ତ ଜମାଟ ବାନ୍ଧିଥାଏ ଯାହାକୁ କି ଭେନସ୍ ଥ୍ରମ୍ବୋ ଏମ୍ବୋଲିଜିମ କୁହାଯାଏ ।
କିନ୍ତୁ ବର୍ତ୍ତମାନ ଏକ ଗବେଷଣାରୁ ଜଣାପଡିଛି ଯେ ଅଧିକ ସମୟ ଟିଭି ଦେଖିବା ଦ୍ୱାରା ରକ୍ତ ଜମାଟ ବାନ୍ଧୁଛି । ବିଶେଷଜ୍ଞମାନେ କହିଛନ୍ତି , ଯଦି ଜଣେ ବ୍ୟକ୍ତି ଆବଶ୍ୟକତାଠାରୁ ଅଧିକ ସମୟ ଟିଭି ଦେଖନ୍ତି, ତେବେ ତାହାର ଖରାପ ପ୍ରଭାବ ରକ୍ତ ସଞ୍ଚାଳନ ଉପରେ ପଡ଼ିବାର ଆଶଙ୍କା ରହିଛି ।
ବ୍ଲଡ୍ କ୍ଲଟ୍ ହେବା ଦ୍ୱାରା ଆମ ଶରୀରରେ ରକ୍ତ ସଞ୍ଚାଳନ ବ୍ୟାହତ ହୋଇଥାଏ । ଏହାଦ୍ୱାରା ବ୍ରେନ୍ ଷ୍ଟ୍ରୋକ୍, ହାର୍ଟ ଆଟାକ ପରି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ମଧ୍ୟ ରହିଛି । ୟୁନିଭର୍ସିଟି ଅଫ୍ ସିଡନିରେ ବିଶେଷଜ୍ଞମାନେ ଏ ନେଇ ଗବେଷଣା କରିବା ପରେ ଏପରି ତଥ୍ୟକୁ ଲୋକ ଲୋଚନକୁ ଆଣିଛନ୍ତି ।
ଅନ୍ୟପକ୍ଷରେ ବ୍ଲଡ କ୍ଲଟ୍ ପରି ସମସ୍ୟାର ସମ୍ମୁଖୀନ ହୋଇଥିବା କେତେକ ବ୍ୟକ୍ତିଙ୍କ ମଧ୍ୟରୁ କିଛି ବ୍ୟକ୍ତି ଆବଶ୍ୟକତାଠାରୁ ଅଧିକାଂଶ ସମୟ ଟିଭି ଦେଖୁଥିବାର ଏହି ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଜାଣିବାକୁ ପାଇଥିଲେ । ଏହି ରିସର୍ଚ୍ଚ ପରେ ବିଶେଷଜ୍ଞମାନେ ଅଧିକ ସମୟ ଟିଭି ଦେଖିବାକୁ ନେଇ ମତ ରଖିଛନ୍ତି । ୪ ଘଣ୍ଟାରୁ ଅଧିକ ସମୟ ଟିଭି ଦେଖିଲେ ରକ୍ତ ଜମାଟ ବାନ୍ଧିପାରେ । ଫଳରେ ବ୍ୟକ୍ତି ଅନେକ ରୋଗର ଶିକାର ହୋଇଥାଆନ୍ତି ।
Comments are closed.