କାବୁଲ: ଆଫଗାନିସ୍ତାନକୁ ଦଖଲକୁ ନେବା ପରେ କାବୁଲ ବିମାନବନ୍ଦର ବାହାରେ ପରିସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି। ବିମାନବନ୍ଦର ବାହାରେ ବିସ୍ଫୋରଣର ଗୋଟିଏ ଦିନ ପରେ ମଧ୍ୟ ହଜାର ହଜାର ଆଫଗାନିସ୍ତାନ ବିମାନବନ୍ଦରରେ ଦେଶ ଛାଡି ପଳାଇବା ପାଇଁ ଛିଡାହୋଇ ରହିଛନ୍ତି। କାବୁଲ ବିମାନବନ୍ଦର ବାହାରେ ଏପରି ଅବସ୍ଥା ଅଛି ଯେ ଲୋକମାନେ ଭିତରକୁ ଯିବା ପାଇଁ ବିମାନବନ୍ଦର କାନ୍ଥ ବାହାରେ ଅପରିଷ୍କାର, ଅଳିଆ ପାଣିରେ ଠିଆ ହୋଇଛନ୍ତି।
ଏହି ସମୟରେ, ଖାଦ୍ୟ ଏବଂ ଜଳ ଭଳି ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ କାବୁଲ ବିମାନବନ୍ଦର ପରିସରରେ ଆକାଶଛୁଆଁ ହୋଇଥିବା ଦେଖିବାକୁ ମିଳିଛି। ରଏଟର୍ସ ଭିଡିଓ ଅନୁଯାୟୀ ବିମାନବନ୍ଦର ବାହାରେ ଅପେକ୍ଷା କରିଥିବା ଜଣେ ଆଫଗାନିସ୍ତାନ ନାଗରିକ କହିଛନ୍ତି ଯେ ବିମାନବନ୍ଦର ବାହାରେ ଉପଲବ୍ଧ ପାଣି ବୋତଲଗୁଡିକ ୪୦ ଡଲାରରେ ପ୍ରାୟ ୩୦୦୦ ଟଙ୍କାରେ ବିକ୍ରି ହେଉଛି।
ଆଫଗାନିସ୍ତାନ ଫଜଲ-ଉର-ରେହମାନ କହିଛନ୍ତି ଯେ କାବୁଲ ବିମାନବନ୍ଦରରେ ଖାଦ୍ୟ ଏବଂ ଜଳ ଅତ୍ୟଧିକ ମୂଲ୍ୟରେ ବିକ୍ରି ହୋଇଛି। ‘ଗୋଟିଏ ବୋତଲ ପାଣି ୪୦ ଡଲାରରେ ଏବଂ ରାଇସ୍ ପ୍ଲେଟ ୧୦୦ ଡଲାରରେ ବିକ୍ରି ହେଉଛି। ଏହା ପୁଣି ଆଫ୍ଗାନୀ ମୁଦ୍ରାରେ ନୁହେଁ ବରଂ ଡଲାରରେ ବିକ୍ରି ହେଉଛି।
Comments are closed.