Latest Odisha News

BREAKING NEWS

Hirakud Dam:ବନ୍ଦ ହେଲା ହୀରାକୁଦର ୧୦ ଗେଟ୍‌;ଏତିକି ଗେଟ୍‌ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ

ସମ୍ବଲପୁର:ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବେଶ ପରିମାଣ ହ୍ରାସ ପାଇଛି । ଫଳରେ ଆଉ ୧୦ଟି ଗେଟ୍ ବନ୍ଦ କରାଯାଇଛି । ଏବେ ୫ଟି ଗେଟ୍ ମାଧ୍ୟମରେ ଜଳ ନିଷ୍କାସନ ଜାରି ରହିଛି । ଆଗାମୀ ସମୟରେ ଜଳ ପ୍ରବେଶ ପରିମାଣ ଏବଂ ଜଳଭଣ୍ଡାରର ଜଳସ୍ତରକୁ ନଜରରେ ରଖି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ।

ସକାଳ ୬ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୯.୬୦ ଫୁଟ୍ ରହିଛି । ଉପରମୁଣ୍ଡରୁ ପ୍ରତି ସେକେଣ୍ଡରେ ୨,୦୪,୮୬୪ କ୍ୟୁସେକ୍ ଜଳ ଜଳଭଣ୍ଡାରକୁ ପ୍ରବେଶ କରୁଥିବା ବେଳେ ତଳମୁଣ୍ଡକୁ ୨,୧୭,୫୬୯ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ଜଳ ପ୍ରବେଶ ପରିମାଣ କମିବାରୁ ପର୍ଯ୍ୟାୟକ୍ରମେ ଗେଟ୍ ବନ୍ଦ କରାଯାଉଛି।

Leave A Reply

Your email address will not be published.